ବୌଦ୍ଧ: ଜିଲ୍ଲାରେ ଉଦଘାଟିତ ହୋଇଛି ଅସହାୟ ନାବାଳିକାଙ୍କ ପାଇଁ ସହାୟତା କେନ୍ଦ୍ର ‘ଓ୍ବାନ ଷ୍ଟପ ସେଣ୍ଟର’ । ଏହି କଲ୍ୟାଣକାରୀ କେନ୍ଦ୍ରକୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଉଦଘାଟନ କରିଛନ୍ତି ।
ମଙ୍ଗଳବାର ଠାରୁ ବିଧିବଦ୍ଧ ଭାବେ ଏହି କେନ୍ଦ୍ର ଉଦଘାଟନ ହେବା ସହ କାର୍ଯ୍ୟ ଆରମ୍ଭ ହୋଇଛି । ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି କେନ୍ଦ୍ରରେ ଅସହାୟ ନାବାଳିକା ନ୍ୟାୟ ନିମନ୍ତେ ସବୁପ୍ରକାର ସହାୟତା ପାଇପାରିବେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି. ଭି ରଘୁନାଥ ରାଓ, ପିଡି ସୂର୍ଯ୍ୟ ନାରାୟଣ ଦାଶ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇ କେନ୍ଦ୍ରଟି ନିଶ୍ଚିତ ଭାବେ ଅସହାୟଙ୍କୁ ଆଲୋକ ପ୍ରଦର୍ଶନ କରିବାନେଇ ମତପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ