ETV Bharat / state

ଅଧୁରା ରହିଲା ଜଗା ଦର୍ଶନ, ଅଧା ରାସ୍ତାରେ ନେଇଗଲା ଯମ !

author img

By

Published : Apr 15, 2022, 10:25 AM IST

ଶ୍ରୀକ୍ଷେତ୍ରରେ ଜଗା ଦର୍ଶନ ପାଇଁ ସପରିବାର ସୁଦୂର ଛତିଶଗଡ଼ର ରାୟପୁର ଅଞ୍ଚଳରୁ କାର ଯୋଗେ ଆସୁଥିଲେ । କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ପରିବାର ମୁଖ୍ୟଙ୍କ ଜୀବନ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବୀମା ନିଗମର ବରିଷ୍ଠ ଅଧିକାରୀ ମୃତ

ବୌଦ୍ଧ: ମହାବିଷୁବ ସଂକ୍ରାନ୍ତିରେ ଶ୍ରୀକ୍ଷେତ୍ର ପୁରୀକୁ ଜଗା ଦର୍ଶନ ପାଇଁ ସୁଦୂର ଛତିଶଗଡ଼ର ରାୟପୁରରୁ କାର ଡ୍ରାଇଭ କରି ପରିବାର ସହ ଆସୁଥିଲେ । କିନ୍ତୁ ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ ବ୍ୟକ୍ତି ଜଣକ ହେଲେ ଛତିଶଗଡ଼ର ରାୟପୁର ଅଞ୍ଚଳର ଜୀବନ ବୀମା ନିଗମର ବରିଷ୍ଠ ଅଧିକାରୀ ଦୀପକ ଭାଡେର । ଦୀପକ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ କାର ଯୋଗେ ପୁରୀ ଯାଉଥିଲେ ।

ଗୁରୁବାର ସକାଳ ପ୍ରାୟ ୯ଟାରେ ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଦୀପକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ କାରରେ ବସିଥିବା ପତ୍ନୀ ଆହତ ହୋଇ ପୁରୁଣା କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଝିଅ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି । ଖବରପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.