ETV Bharat / state

ଶାଳକର ବିବାହକୁ ଆସି ପ୍ରାଣ ହରାଇଲେ ଭିଣୋଇ - ମରଣଯନ୍ତା ପାଲଟିଛି 57 ନମ୍ବର ଜାତୀୟ ରାଜପଥ

ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟି ଥିବାବେଳେ ସୋମବାର ଏହି ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି ।

road accident
ବୌଦ୍ଧରେ ସଡକ ଦୁର୍ଘଟଣା
author img

By

Published : Feb 24, 2020, 10:21 PM IST

ବୌଦ୍ଧ: ଶାଳକର ବିବାହକୁ ଆସି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭିଣୋଇ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟି ଥିବାବେଳେ ସୋମବାର ଏହି ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି ।

ବୌଦ୍ଧରେ ସଡକ ଦୁର୍ଘଟଣା

ସୋମବାର ସକାଳୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ରାସ୍ତା ବିପଦସଙ୍କୁଳ ହୋଇପଡିଥିଲା । ସୂଚନା ଅନୁଯାୟୀ, ବୌଦ୍ଧ ଥାନା ଅନ୍ତର୍ଗତ ବାମଣ୍ଡା ସେତୁ ଉପରେ ଏକ କାର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ମୃତକ ଜଣକ ବାଉଁଶୁଣୀ ଥାନା ଅନ୍ତର୍ଗତ ହରିଡାପାଲି ଗ୍ରାମର 28 ବର୍ଷୀୟ ମୁରଲୀଧର ସେଠୀ ବୋଲି ଜଣାପଡିଛି । ମୁରଲୀ ନିଜ ଶାଳକର ବିବାହ ପାଇଁ ବୌଦ୍ଧ ଆଡୁ ତାଳବାହାଲ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଅନ୍ୟପଟେ ଜହ୍ନାପଙ୍କ ଛକ ନିକଟରେ ଆଉ ଏକ ସଡକ ଦୁର୍ଘଟଣାରେ ଜଣେ ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରୀ ମୁଣ୍ଡିପଦର ଗାଁର ସରୀତା ଝାଙ୍କର ଏକ ଇନୋଭା କାର ସହ ଧକ୍କା ହୋଇ ଆହତ ହୋଇଥିଲେ । କିନ୍ତୁ କୌଣସି ବଡ ଧରଣର ଅଘଟଣ ହୋଇ ନଥିଲେ ସୁଦ୍ଧା, ସାମାନ୍ୟ ଚିକିତ୍ସା ପରେ ସେ ପୁନର୍ବାର ପରୀକ୍ଷା ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.