ETV Bharat / state

ବର୍ଷ ଆରମ୍ଭରୁ ଉତାରି ଦେଲେ ବାଘଛାଲ: ଜଣେ ଗିରଫ, ମହାବଳ ବାଘ ଛାଲ ଜବତ - ବୌଦ୍ଧରେ ଦୁଇଟି ବାଘଛାଲ ଜବତ କରିଛି ଏସଟିଏଫ ଟିମ

ଓଡ଼ିଶାରେ ମହାବଳ ବାଘଙ୍କ ବଂଶ ଲୋପ ପାଇବାକୁ ବସିଥିବାବେଳେ ବାରମ୍ବାର ବାଘଛାଲ ଜବତ ହେବା ଘଟଣା ଚିନ୍ତା ବଢ଼ାଇଛି । ବର୍ଷ ଆରମ୍ଭରୁ ବୌଦ୍ଧରେ ଦୁଇଟି ବାଘଛାଲ ଜବତ କରିଛି ଏସଟିଏଫ ଟିମ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ବୌଦ୍ଧରେ ଦୁଇଟି ବାଘଛାଲ ଜବତ
ବୌଦ୍ଧରେ ଦୁଇଟି ବାଘଛାଲ ଜବତ
author img

By

Published : Jan 5, 2023, 8:42 AM IST

ବୌଦ୍ଧରେ ଦୁଇଟି ବାଘଛାଲ ଜବତ

ଭୁବନେଶ୍ବର: ବିପଦରେ ବନ୍ୟଜନ୍ତୁ । ଓଡ଼ିଶାରେ ଲୋପ ପାଇବାକୁ ବସିଲାଣି ମହାବଳ ବାଘଙ୍କ ବଂଶ । ଏସଟିଏଫ ଟିମ ଦ୍ବାରା ୨୦୨୨ରେ ୧୪ଟି ବାଘଛାଲ ଜବତ କରାଯାଇଥିବାବେଳେ ଏବେ ୨୦୨୩ ବର୍ଷ ଆରମ୍ଭରୁ ବୌଦ୍ଧରେ ଦୁଇଟି ବାଘଛାଲ ଜବତ କରାଯାଇଛି । ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ବୌଦ୍ଧରେ ବାଘଛାଲ ଡିଲ ବେଳେ ଏସଟିଏଫ ଟିମ ଜବତ କରିଛି ଦୁଇଟି ବାଘଛାଲ । ହିମାଳୟ ଦାସ ନାମକ ଅଭିଯୁକ୍ତ ଧରାପଡିଥିବା ବେଳେ ଜଣେ ଫେରାର ହୋଇଛି । ଯେଉଁଥିରେ ଗୋଟିଏ ମହାବଳ ବାଘଛାଲ ସହ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି । ତେବେ ୧୦ ଲକ୍ଷ ଟଙ୍କାରେ ଏହି ବାଘଛାଲ ଡିଲ ହେଉଥିବା ଏସଟିଏଫ ଏସପି ସୂଚନା ଦେଇଛନ୍ତି । ତେବେ ବାରମ୍ବାର ଏପରି ବାଘଛାଲ ଜବତ ହେବା ପରେ ଏହା ପଛର ମାଷ୍ଟରମାଇଣ୍ଡ ସାମ୍ନାକୁ ଆସୁନାହାନ୍ତି । ଦୁଇ ବର୍ଷରେ ଦୁଇଟି ମହାବଳ ବାଘ ଅର୍ଥାତ ରୟାଲ ବେଙ୍ଗଲ ଟାଇଗର ଜବତ ହେବା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏନେଇ ଜଙ୍ଗଲ ସୁରକ୍ଷାରେ ଥିବା ଫରେଷ୍ଟ ଅଧିକାରୀ ଓ ଏସଟିଏଫଙ୍କ ଦୃଷ୍ଟି ସତ୍ତ୍ବେ ଏହା ଉପରେ ରୋକ ଲାଗିପାରୁନି । ତେବେ ଏନେଇ ବନ୍ୟପ୍ରାଣୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.