ETV Bharat / state

ହଟିଲା ଅନ୍ଧାର, ଆଲୋକିତ ହେଲା ବୌଦ୍ଧ ମହାନଦୀ ସେତୁ - ମହାନଦୀ ସେତୁ ଉପରେ ଆଲୋକୀକରଣ

ଉତ୍କଳ ଦିବସରେ ଉଦଘାଟିତ ହୋଇଛି ପଶ୍ଚିମ ଓଡିଶାର ମୁଖଶାଳାରେ ଆଲୋକୀକରଣ ପ୍ରକଳ୍ପ । ସେପଟେ କୋଶଳ କ୍ରାନ୍ତି ଦଳ ପକ୍ଷରୁ ଉତ୍କଳ ଦିବସକୁ ବିରୋଧ କରାଯାଇଥିଲା । ଅଧିକ ପଢନ୍ତୁ...

ଉତ୍କଳ ଦିବସରେ ପଶ୍ଚିମ ଓଡିଶାର ମୁଖଶାଳାରେ ଲାଗିଲା ଆଲୋକ

author img

By

Published : Apr 2, 2021, 8:36 AM IST

ବୌଦ୍ଧ: ଉତ୍କଳ ଦିବସରେ ଉଦଘାଟିତ ହୋଇଛି ପଶ୍ଚିମ ଓଡିଶାର ମୁଖଶାଳାରେ ଆଲୋକୀକରଣ ପ୍ରକଳ୍ପ । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗ୍ରହାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସେପଟେ କୋଶଳ କ୍ରାନ୍ତି ଦଳ ପକ୍ଷରୁ ଉତ୍କଳ ଦିବସକୁ ବିରୋଧ କରାଯାଇଥିଲା ।

କୋଡିଏ ବର୍ଷ କଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ମହାନଦୀ ସେତୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଥିଲା । ଆଜି ଏହି ମହାନଦୀ ସେତୁ ଉପରେ ଆଲୋକୀକରଣ ପ୍ରକଳ୍ପ ଉଦଘାଟିତ ହୋଇଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତକୁ ଏହାର ଶୁଭାରମ୍ଭ କରିଥିଲେ ।

ଉତ୍କଳ ଦିବସରେ ପଶ୍ଚିମ ଓଡିଶାର ମୁଖଶାଳାରେ ଲାଗିଲା ଆଲୋକ

ସେପଟେ ଉତ୍କଳ ଦିବସ ଉପଲକ୍ଷେ ପ୍ରଶାସନ ପକ୍ଷରୁ ଜିଲ୍ଲା ସଂଗ୍ରହାଳୟ ପରିସରରେ ଜିଲ୍ଲାର ଲୋକନୃତ୍ୟ, ପରମ୍ପରାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଜିଲ୍ଲାପାଳ ଓଡିଆ ଭାଷାର ବ୍ୟବହାର କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟପଟେ. ଉତ୍କଳ ଦିବସକୁ ବିରୋଧ କରି କୋଶଳ କ୍ରାନ୍ତି କଳା ଦିବସ ପାଳନ କରିଥିଲେ । କୋଶଳ କ୍ରାନ୍ତିର ଆବାହକ ଲଳିତ ମୋହନ ସାହୁଙ୍କ ନେତୃତ୍ବରେ କୋଶଳକର୍ମୀମାନେ ମନମୁଣ୍ଡା ମେଡିକାଲ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.