ETV Bharat / state

Municipal Election: ଶେଷ ଦିନରେ 3ଦଳଙ୍କ ଶକ୍ତି ପ୍ରଦର୍ଶନ

author img

By

Published : Mar 22, 2022, 9:42 PM IST

ପୌର ନିର୍ବାଚନ ପାଇଁ ସରିଲା ପ୍ରଚାର ଅଭିଯାନ । ଆଜି ପ୍ରଚାରର ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବାଇକ ରାଲି ଓ ରୋଡ ଶୋ ମାଧ୍ୟମରେ ଧୂଆଁଧାର ପ୍ରଚାର କରାଯାଇଥିଲା ବୌଦ୍ଧ ଏନଏସି ଅଞ୍ଚଳରେ । ଅଧିକ ପଢନ୍ତୁ

ଶେଷ ଦିନରେ 3 ଦଳଙ୍କ ଯୋରଦାର ପ୍ରଚାର
ଶେଷ ଦିନରେ 3 ଦଳଙ୍କ ଯୋରଦାର ପ୍ରଚାର

ବୌଦ୍ଧ: ପୌର ନିର୍ବାଚନ ପାଇଁ ସରିଲା ପ୍ରଚାର ଅଭିଯାନ । ଆଜି ପ୍ରଚାରର ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବାଇକ ରାଲି ଓ ରୋଡ ଶୋ ମାଧ୍ୟମରେ ଧୂଆଁଧାର ପ୍ରଚାର କରାଯାଇଥିଲା ବୌଦ୍ଧ ଏନଏସି ଅଞ୍ଚଳରେ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିରେ ପ୍ରଚାର ଅଭିଯାନ ସରିଛି । ଗତ ତିନି ଦିନ ଧରି ଶାସକ ବିଜେଡି ପକ୍ଷରୁ ବୌଦ୍ଧ ବିଧାୟକ, କନ୍ଧମାଳ ସାଂସଦ ଓ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କ ଗସ୍ତ କରି ପ୍ରଚାର କରାଯାଇଥିବା ବେଳେ ଆଜି ଶେଷ ଦିନରେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ଧୂଆଁଧାର ପ୍ରଚାର କରାଯାଇଥିଲା ।

ଶେଷ ଦିନରେ 3 ଦଳଙ୍କ ଯୋରଦାର ପ୍ରଚାର

କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗଣେଶ ଅଗ୍ରୱାଲ ଓ ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଏକ ବିରାଟ ବାଇକ ରାଲିରେ ବୌଦ୍ଧ ସହରରେ ମାରାଥନ ପ୍ରଚାର କରିଥିଲେ । ସେହିପରି ବିଜେପି ପକ୍ଷରୁ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ଯୁଗଳ ସାମଲଙ୍କ ପାଇଁ ପ୍ରଚାର କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ଶାସକ ବିଜେଡିର କୁଶାସନ ଓ ନେତା ମନ୍ତ୍ରୀଙ୍କ ବୌଦ୍ଧ ଗସ୍ତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.