ETV Bharat / state

ରାମେଶ୍ୱର ତୀର୍ଥଯାତ୍ରା ପାଇଁ ବୌଦ୍ଧରୁ ବାହାରିଲେ ୩୫ ବରିଷ୍ଠ ନାଗରିକ - ରାମେଶ୍ୱର ତୀର୍ଥଯାତ୍ରା

ହରିବୋଲ ହୁଳହୁଳି ଧ୍ବନିରେ ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏଥିରେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ...

Oldage pilgrim start journey for rameshwar
ରାମେଶ୍ୱର ତୀର୍ଥଯାତ୍ରା ପାଇଁ ବୌଦ୍ଧରୁ ବାହାରିଲେ ୩୫ ବରିଷ୍ଠ ନାଗରିକ
author img

By

Published : Feb 27, 2020, 1:03 PM IST

ବୌଦ୍ଧ: ହରିବୋଲ ହୁଳହୁଳି ଧ୍ବନିରେ ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା । ବୌଦ୍ଧ ଷ୍ଟାଡିୟମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ଯାତ୍ରାକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହା ସହ ସେମାନଙ୍କୁ ସକୁଶଳ ପ୍ରତ୍ୟାବର୍ତ୍ତନର ଶୁଭେଚ୍ଛା ଜଣାଇଥିଲେ ।

ରାମେଶ୍ୱର ତୀର୍ଥଯାତ୍ରା ପାଇଁ ବୌଦ୍ଧରୁ ବାହାରିଲେ ୩୫ ବରିଷ୍ଠ ନାଗରିକ

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ମିଳିତ ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଆୟୋଜନ କରାଯାଇଛି । ଏହି ଯାତ୍ରାରେ ବୌଦ୍ଧରୁ 35 ଜଣ ବରିଷ୍ଠ ନାଗରିକ ଯୋଗ ଦେଇଛନ୍ତି । ଗୁରୁବାର ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର 35 ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ସରକାରୀ ବସ ବ୍ରହ୍ମପୁର ଅଭିମୁଖେ ବାହାରିଛି । ବ୍ରହ୍ମପୁରରୁ ସେମାନେ ଟ୍ରେନ ଯୋଗେ ରାମେଶ୍ବର, ମଦୁରାଇ ଓ ତିରୁପତି ଭଳି ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ ସାରି 6 ଦିନ ପରେ ଜିଲ୍ଲାକୁ ଫେରିବେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.