ବୌଦ୍ଧ: ଜିଲ୍ଲାର ବନ୍ଧାପଥର ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଏକ ଗାଇକୁ କିଛି ଦିନ ପୂର୍ବରୁ ଏକ ପାଗଳା କୁକୁର କାମୁଡି ଦେବାରୁ ଗାଇଟି ଜଳାନ୍ତକ ରୋଗରେ ଆକ୍ରାନ୍ତ ହୋଇଥିଲା । ତେବେ ଆଜି ସକାଳୁ ଗ୍ରାମର ଜଣେ ବୃଦ୍ଧା ଶୌଚ ପାଇଁ ବାହାରିବା ସମୟରେ ଗାଇ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ବୃଦ୍ଧାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ବୃଦ୍ଧାଙ୍କ ମୃତ୍ୟୁର କିଛି ସମୟ ପରେ ଉକ୍ତ ଗାଇଟି ମଧ୍ୟ ମୃତ୍ୟୁ ବରଣ କରିଥିଲା । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ଓ ପ୍ରାଣୀଧନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ