ETV Bharat / state

ଅସହାୟ ବୃଦ୍ଧା ପାଇଲେ ନୂତନ ଜୀବନ, ବିରଳ ଅସ୍ତ୍ରୋପଚାର ଦ୍ବାରା ସୁସ୍ଥ ହେଲେ

ଦିବ୍ୟାଙ୍ଗ ମହିଳାଙ୍କୁ ବଞ୍ଚିବାର ନୂଆ ରାହା ଦେଖାଇଲା ଜିଲ୍ଲା ପ୍ରଶାସନ । ଜନ୍ମରୁ ଗ୍ରହଣ ଖଣ୍ଡିଆ ଥିବା 61 ବର୍ଷୀୟ ବୃଦ୍ଧା ମହିଳାଙ୍କୁ ପ୍ଲାଷ୍ଟିକ ସର୍ଜରୀ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

old woman recovered after successful surgery

author img

By

Published : Feb 26, 2023, 5:02 PM IST

ବୃଦ୍ଧା ପାଇଲେ ନୂତନ ଜୀବନ

ବୌଦ୍ଧ: ଜନ୍ମରୁ ଦିବ୍ୟାଙ୍ଗ ଭାବେ ଜୀବନ ବିତାଉଥିଲେ । ଜନ୍ମରୁ ଗ୍ରହଣ ଖଣ୍ଡିଆ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରିନଥିଲେ । ଏବେ ଏହି ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇଛନ୍ତି ଜିଲ୍ଲା ପ୍ରଶାସନ । ବିରଳ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି । ସଫଳ ଅସ୍ତ୍ରୋପଚାର ପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଡାକ୍ତରୀ ଦଳକୁ ବୃଦ୍ଧା ମହିଳା ଜଣକ କୃତଜ୍ଞତା ଜଣାଇଛନ୍ତି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ରେଙ୍ଗାଲୀ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଶାନ୍ତି ବେହେରା । ଚାରପାଲି ଗ୍ରାମର ଯୁଧିଷ୍ଠିର ବେହେରାଙ୍କ ଝିଅ ଶାନ୍ତି ଜନ୍ମରୁ ଗ୍ରହଣ ଖଣ୍ଡିଆ ଓ ତାଳୁ ଖଣ୍ଡିଆ ହୋଇ ଦିବ୍ୟାଙ୍ଗ ଜୀବନ ବିତାଉଥିଲେ । ଏଥିପାଇଁ ଶାନ୍ତି ବିବାହ ମଧ୍ୟ କରିପାରି ନଥିଲେ । ପରିଣତ ବୟସରେ ସରକାରୀ ସହାୟତା ବାବଦକୁ ମାତ୍ର 500 ଟଙ୍କା ପାଉଥିଲେ । ପରିବାରରେ କେହି ନଥିବାବେଳେ କଷ୍ଟକର ଜୀବନ ବିତାଉଥିଲେ ଶାନ୍ତି ।

ଗତ 9 ତାରିଖରେ ରେଙ୍ଗାଲୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ପ୍ରଶାସନର ଜନଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ଏହି ବୃଦ୍ଧା ମହିଳାଙ୍କ କରୁଣ କାହାଣୀ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଦୃଷ୍ଟିକୁ ଆସିଥିଲା । ତୁରନ୍ତ ବୌଦ୍ଧ ଜିଲ୍ଲାପାଳ ଶାନ୍ତିଙ୍କ ଉନ୍ନତ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ କଟକ ଏସସିବି ମେଡିକାଲକୁ ପଠାଇଥିଲେ । କଟକ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଡାକ୍ତରୀଦଳଙ୍କ ପ୍ରଚେଷ୍ଟାରେ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ଗ୍ରହଣ ଖଣ୍ଡିଆର ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଗ୍ରହଣ ଖଣ୍ଡିଆ ଚିକିତ୍ସା ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଶାନ୍ତିଙ୍କର ଅସ୍ତ୍ରୋପଚାର ହୋଇଥିଲା । ଏହି ବିରଳ ଚିକିତ୍ସା ବୃଦ୍ଧା ଜଣକ ସୁସ୍ଥ ହୋଇଛନ୍ତି ।

61 ବର୍ଷୀୟ ଶାନ୍ତି ସୁସ୍ଥ ହୋଇ ବୌଦ୍ଧ ଫେରିବା ପରେ ତାଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନର ସହାୟତା ପାଇଁ ବୃଦ୍ଧା ଜଣକ ଭାବ ବିହ୍ବଳ ହୋଇପଡ଼ିଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ମୁଖ ମଣ୍ଡଳରେ ସମ୍ପୂର୍ଣ୍ଣ ଭିନ୍ନତା ଆସି ପାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଙ୍କୁ ସ୍ବତନ୍ତ୍ର ଭାବରେ ତାଙ୍କ ନିଜ ଗ୍ରାମ ଚାରପାଲି ପର୍ଯ୍ୟନ୍ତ ପହଞ୍ଚିବା ବ୍ୟବସ୍ଥା କରାଯାଇଥିଲା । ତେବେ ଓଡିଶାରେ ପ୍ରଥମଥର ପାଇଁ ଜଣେ ବରିଷ୍ଠ ନାଗରିକଙ୍କୁ ଏଭଳି ବିରଳ ଅସ୍ତ୍ରୋପଚାର ଦ୍ବାରା ସଫଳତା ମିଳିଥିବାରୁ ଉଭୟ ଜିଲ୍ଲାପାଳ ଓ ଡାକ୍ତରୀଦଳଙ୍କୁ ଖୁବ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.