ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଜେଜେ ମା’ ଓ ନାତି - silicon disease in grand son

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଅଭାବନୀୟ ଦୃଶ୍ୟ । ବାପା-ମାଆ ଛେଉଣ୍ଡ ଶିଶୁକୁ ଭରଣପୋଷଣ କରୁଛନ୍ତି 80 ବର୍ଷୀୟ ଅସହାୟ ଜେଜେ ମାଆ । ଏସମ୍ପର୍କରେ ଅଧିକ ପଢନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦ୍ରୌପଦୀ ଓ ନାତି ଚନ୍ଦନ
author img

By

Published : Nov 14, 2019, 3:47 AM IST

ବୌଦ୍ଧ: ପିତାମାତା ଛେଉଣ୍ଡ ଶିଶୁକୁ ସିକଲିନ ରୋଗ । ଆଉ ବୋଝ ଉପରେ ନଳିତା ବିଡା ଭଳି 80 ବର୍ଷୀୟ ଅସହାୟ ଜେଜେମାଆ କୋଳରେ ବିତୁଛି ଶିଶୁର ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ।

ସରକାରୀ ସହାୟତା ଅପେକ୍ଷାରେ ଅସହାୟ ଦ୍ରୌପଦୀ ଓ ନାତି ଚନ୍ଦନ

ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ଆଜିବି ବହୁ ଲୋକେ ଅସହାୟ ହୋଇ ପଡିଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ଗାଁର ଏକ କୋଣରେ ଭଙ୍ଗା ଚାଳ କୁଡିଆରେ ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି 80 ବର୍ଷୀୟ ଦ୍ରୌପଦୀ ପ୍ରଧାନ । ପୁଅ-ବୋହୂଙ୍କ ଅକାଳ ବିୟୋଗ ପରେ ତାଙ୍କ ନାତି ଚନ୍ଦନର ଭରଣ ପୋଷଣ ଦାୟିତ୍ବ ଏହି ବାର୍ଦ୍ଧକ୍ୟ କାନ୍ଧରେ ।

ଦ୍ରୌପଦୀଙ୍କ ନା ନିଜର ବୋଲି କିଚି ଜମି ରହିଛି ନା ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଲୁଛି। ଏପଟେ ନାତିକୁ ସିକଲିନ ଭଳି ମାରାତ୍ମକ ରୋଗ ହୋଥିବାରୁ ବିନା ଔଷଧରେ ଝଡାଫୁଙ୍କା ଓ ଡାଳପତ୍ରରେ ସୀମିତ ଅଛି ଚିକିତ୍ସା । ଏ ନେଇ ଦ୍ରୌପଦୀ ଓ ଅନ୍ୟ କେତେକ ଲୋକ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ ଆଜି ଯାଏଁ ତାଙ୍କୁ କିଛି ବି ମିଳିପାରି ନାହିଁ । ସେପଟେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ବୃଦ୍ଧାଙ୍କୁ ସହାୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପିତାମାତା ଛେଉଣ୍ଡ ଶିଶୁକୁ ସିକଲିନ ରୋଗ । ଆଉ ବୋଝ ଉପରେ ନଳିତା ବିଡା ଭଳି ଅଶୀ ବର୍ଷୀୟ ଅସହାୟ ଜେଜେମା କୋଳରେ ବିତୁଛି ଶିଶୁର ଜୀବନ ।
ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଦେଖନ୍ତୁ ଏହି ଅସହାୟ ଓ ବିଚଳିତ କଲାଭଳି ଘଟଣାକୁ ।ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ଗାଁର ଏକ କୋଣରେ ଭଙ୍ଗା ଚାଳ କୁଡିଆରେ ଦୟନୀୟ ଅବସ୍ଥାରେ ବାସ କରୁଛନ୍ତି ଅଶୀ ବର୍ଷୀୟ ଦ୍ରୌପଦୀ ପ୍ରଧାନ ।ପୁଅବୋହୂ ଙ୍କ ଅକାଳ ବିୟୋଗ ପରେ ତାଙ୍କ ନାତି ଚନ୍ଦନ ର ଭରଣପୋଷଣ ଦାୟିତ୍ୱ ଏହି ବୁଢ଼ୀ ବୟସର କାନ୍ଧରେ ।ଦ୍ରୌପଦୀ ଙ୍କ ନା ଅଛି ଜମି ବାଡି,ନାଘର ଡିହ,ନା କୌଣସି ସରକାରୀ ସହାୟତା ।ଏପଟେ ଚନ୍ଦନ କୁ ସିକଲିନ ଭଳି ରୋଗ ଥିବାରୁ ବିନା ଔଷଧ ରେ ଝଡାଫୁଙ୍କା ଓ ଡାଳପତ୍ର ରେ ସିମୀତ ରହିଛି ଚନ୍ଦନ ର ଚିକିତ୍ସା ।ଏନେଇ ଦ୍ରୌପଦୀ ଓ ଅନ୍ୟ କେତେକ ଲୋକ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ ଆଜି ଯାଏ ତାଙ୍କୁ ସହାୟତା ମିଳିପାରି ନାହିଁ ।ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଅସହାୟ ବୃଦ୍ଧା ଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି ।

Body:ସରକାରୀ ସହାୟତା ଅପେକ୍ଷା ରେ ଅସହାୟ ଦ୍ରୌପଦୀ ଓ ନାତି ଚନ୍ଦନ ।

Conclusion:ବାଇଟ-୧-ଦ୍ରୌପଦୀ ପ୍ରଧାନ,ଅସହାୟ ବୃଦ୍ଧା
ବାଇଟ-୨-ସଞ୍ଜୟ ଘିବେଲା, ସ୍ବେଛାସେବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.