ETV Bharat / state

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ବୌଦ୍ଧର ପୁରୁଣା ସ୍କୁଲ ଘର

author img

By

Published : Feb 10, 2021, 12:28 PM IST

ବୌଦ୍ଧର ଜିଲ୍ଲାର ଉପାନ୍ତ ଆଢେଣୀଗଡ଼ ପଞ୍ଚାୟତ ଆଦିବାସୀଙ୍କ ଚିନ୍ତା ବଢିଚାଲିଛି । ବର୍ତ୍ତମାନ ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପୁରୁଣା ସ୍କୁଲ ଘର ଓ ପରିସର ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ
ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ

ବୌଦ୍ଧ: ଦୁଇଟି ବିଦ୍ୟାଳୟର ସମସ୍ୟାକୁ ନେଇ ଚିନ୍ତିତ ଅଞ୍ଚଳବାସୀ । ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ପ୍ରତିଷ୍ଠା କରିଥିବା ବିଦ୍ୟାଳୟରେ ପଢିବାକୁ ନାହାଁନ୍ତି ବିଦ୍ୟାର୍ଥୀ । ଏଥିପାଇଁ ଏହି ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରୁଛି ପ୍ରଶାସନ । ଯାହାକୁ ନେଇ ଚିନ୍ତାରେ ଅବିଭାବକ। ସେପଟେ ପୁରୁଣା ସ୍କୁଲ ଘରଟି ଏବେ ପାଲଟିଛି ଜୁଆ ଖେଳାଳୀଙ୍କ ଆଡ୍ଡା ସ୍ଥଳୀ ।

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ

ବୌଦ୍ଧ ଜିଲ୍ଲାର ଉପାନ୍ତ ଆଢେଣୀଗଡ଼ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଗୁଣ୍ଡୁରୀସାହି ଗ୍ରାମର ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଶିକ୍ଷା ବିଭାଗ ଚିନ୍ତା କରୁଥିବା ସୂଚନା ମିଳିବା ପରେ ଚିନ୍ତାରେ ଅବିଭାବକ । ସେପଟେ ଜିଲ୍ଲାର ଧଳପୁର ପଞ୍ଚାୟତ ସଦର ମହକୁମାରେ ଥିବା ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପୁରୁଣା ସ୍କୁଲ ଘର ଓ ପରିସର ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ସାଜିଛି ବୋଲି ଅଭିଯୋଗ ହୋଇଛି ।

ଏଥିସହିତ ପରିସରଟି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ପୁରୁଣା ସ୍କୁଲ ଘରଟି ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ପରିସରଟି ମଦୁଆ ଓ ଜୁଆ ଖେଳାଳୀଙ୍କ ଆଡ୍ଡା ସ୍ଥଳୀ ହୋଇଯାଇଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.