ETV Bharat / state

ଯୋଜନା କାହା ପାଇଁ ? ଅସହାୟ ବୃଦ୍ଧ ଦମ୍ପତିଙ୍କ ନିକଟରେ ଅପହଞ୍ଚ ସରକାରୀ ସୁବିଧା

author img

By

Published : Feb 13, 2022, 10:51 AM IST

ବୃଦ୍ଧ ଦମ୍ପତିଙ୍କ ପାଇଁ ଅଲୋଡ଼ା ହୋଇଛି ସରକାରୀ ଯୋଜନା । ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କୌଣସି ସହାୟତା ମିଳିନଥିବା ଦମ୍ପତି ଅଭିଯୋଗ କରିଛନ୍ତି । ସରକାରୀ ସହାୟତାରୁ ବଞ୍ଚିତ ଥିବା ଯୋଗୁଁ ଏକ ଜଙ୍ଗଲ ଭିତରେ ଅସହାୟ ଜୀବନ ବିତାଉଛନ୍ତି। ଅଧିକ ପଢ଼ନ୍ତୁ

elderly couple deprived from government help in boudh
ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ ଦମ୍ପତି

ବୌଦ୍ଧ: ବୃଦ୍ଧ ଦମ୍ପତିଙ୍କ ପାଇଁ ଅଲୋଡ଼ା ହୋଇଛି ସରକାରୀ ଯୋଜନା । ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ମଧ୍ୟ କୌଣସି ସହାୟତା ମିଳିନଥିବା ଦମ୍ପତି ଅଭିଯୋଗ କରିଛନ୍ତି । ସରକାରୀ ସହାୟତାରୁ ବଞ୍ଚିତ ଥିବା ଯୋଗୁଁ ଏକ ଜଙ୍ଗଲ ଭିତରେ ଅସହାୟ ଜୀବନ ବିତାଉଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ପହଞ୍ଚି ପାରିନି ସରକାରୀ ଯୋଜନା । ବୌଦ୍ଧର ସଦର ବ୍ଲକ ଅନ୍ତର୍ଗତ ଉପାନ୍ତ ଆମ୍ବଝରୀ ପଞ୍ଚାୟତ ଅନାମୁଣ୍ଡା ଗାଁର ନିଃସନ୍ତାନ ବୃଦ୍ଧ ଦମ୍ପତି ସରକାରୀ ସହାୟତାକୁ ଅପେକ୍ଷା କରି ବସିଛନ୍ତି । ସେମାନଙ୍କୁ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ଆଉ ନା ମିଳିଛି ସରକାରୀ ପକ୍କା ଘର । ରାସନ କାର୍ଡ ଖଣ୍ଡେ ନଥିବାରୁ ଖାଇବାକୁ ଚାଉଳ ମଧ୍ୟ ମିଳୁନାହିଁ।

ଏନେଇ ବୃଦ୍ଧ ଦମ୍ପତି ବାରମ୍ବାର ଆମ୍ବଝରୀ ପଞ୍ଚାୟତରେ ଗୁହାରି କରିଥିଲେ । ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଜଙ୍ଗଲ ଭିତରେ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି ବାସ କରୁଥିବା ସେମାନେ କହିଛନ୍ତି । ତେବେ ସରକାରୀ ସହାୟତା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଏ ଦିଗରେ ଦୃଷ୍ଟି ଦେବାକୁ ବୃଦ୍ଧ ଦମ୍ପତି ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.