ETV Bharat / state

ମିଆଁମାର ଲିଟିଲ ମିସ ପ୍ରତିଯୋଗିତାରେ ଓଡିଶା ଝିଅ ଅନୀଷା - ବିଶ୍ବ ବାଳିକା ଦିବସ

ଆଜି ହେଉଛି ବିଶ୍ବ ବାଳିକା ଦିବସ । ବର୍ତ୍ତମାନ ଯୁଗରେ ବାଳିକାମାନେ କୌଣସି କ୍ଷେତ୍ରରେ କମ୍‌ ନୁହେଁ। ବିଭିନ୍ନ କ୍ଷେତ୍ରରେ ଦେଶ, ରାଜ୍ୟ ଏବଂ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ଆଣି ଦେଇଛନ୍ତି । ତେବେ ବାଳିକାମାନଙ୍କର ଏହି ଦିବସରେ ଆସନ୍ତା ଅପ୍ରେଲ ମାସରେ ମିଆଁମାରରେ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ଵ କରି ବୌଦ୍ଧ ଜିଲ୍ଲା ତଥା ରାଜ୍ୟ ପାଇଁ ଖୁସି ଆଣି ଦେଇଛନ୍ତି ଅନୀଷା । ଅଧିକ ପଢନ୍ତୁ..

ମିଆଁମାର ଲିଟିଲ ମିସ ପ୍ରତିଯୋଗିତାରେ ଓଡିଶା ଝିଅ ଅନୀଷା

author img

By

Published : Oct 11, 2020, 5:34 PM IST

ବୌଦ୍ଧ: ବିଶ୍ବ ବାଳିକା ଦିବସରେ ନିଜ ଜିଲ୍ଲା ସହିତ ରାଜ୍ୟର ଗୌରବ ସାଜିଛନ୍ତି କୁନି ଝିଅ ଅନୀଷା ମେହେର । ଆସନ୍ତା ଅପ୍ରେଲ ମାସରେ ମିଆଁମାରରେ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି । ଏନେଇ ଅନୀଷା ପ୍ରଥମେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ମିଆଁମାର ଲିଟିଲ ମିସ ପ୍ରତିଯୋଗିତାରେ ଓଡିଶା ଝିଅ ଅନୀଷା

ତେବେ ବୌଦ୍ଧ ଜିଲ୍ଲା ଅଧିବାସୀ ଅନୀଷା ପିଲାଟି ଦିନରୁ ନୃତ୍ୟ, ସଂଗୀତ, କଳା ତଥା କରାଟେକୁ ଭଲ ପାଉଥିଲେ । ପିତା ପ୍ରମୋଦ କୁମାର ମେହେର ଓ ମାତା ସୁକାନ୍ତି ମଧ୍ୟ ଝିଅକୁ ଏଥିରେ ଖୁବ୍ ଉତ୍ସାହିତ କରୁଥିଲେ । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ କୃତିତ୍ବ ହାସଲ କରିଥିବା ଅନୀଷା ଅନେକ ପୁରସ୍କାରରେ ପୁରଷ୍କୃତ ହୋଇଛନ୍ତି ।

ରବିବାର ବିଶ୍ବ ବାଳିକା ଦିବସ ଅବସରରେ ତାଙ୍କ ନାମ ଭାରତକୁ ପ୍ରତିନିଧିତ୍ଵ ପାଇଁ ଜଣାପଡିବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଆସନ୍ତା ଅପ୍ରେଲ ମାସରେ ମିଆଁମାରରେ ଅନୁଷ୍ଠିତ ହେବାକୁ ଥିବା ଲିଟିଲ ମିସ ପ୍ରତିଯୋଗିତାରେ ଅନୀଷା ଭାରତକୁ ପ୍ରତିନିଧିତ୍ଵ କରିବାକୁ ଥିବା ବେଳେ ଏହାକୁ ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ଗାନାଇଜେସନ ଆୟୋଜନ କରୁଥିବା ସୂଚନା ମିଳିଛି। ଏହାକୁ ମିଆଁମାରର ପର୍ଯ୍ୟଟନ ବିଭାଗ ସହାୟତା କରୁଛି ଏବଂ ସମଗ୍ର ବିଶ୍ବର 35ଟି ଦେଶର ବାଳିକା ଏହି ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.