ETV Bharat / state

ଦୀପାବଳିରେ ମନମୋହିଲା ମାରଓ୍ବାଡି ସଂପ୍ରଦାୟର ରଙ୍ଗୋଲି

author img

By

Published : Oct 25, 2022, 1:29 PM IST

ଜିଲ୍ଲାର ପୁରପଲ୍ଲୀରେ ପାଳିତ ହୋଇଛି ମା' ମହାକାଳୀଙ୍କ ପୂଜନ ଉତ୍ସବ । ତେବେ ଆଲୋକର ପର୍ବ ଦୀପାବଳୀ ପାଇଁ ମାରଓ୍ବାଡି ସଂପ୍ରଦାୟର ରଙ୍ଗୋଲି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା । ଅଧିକ ପଢନ୍ତୁ

ପବିତ୍ର ଦୀପାବଳିରେ ମନମୋହିଲା ରଙ୍ଗୋଲି
ପବିତ୍ର ଦୀପାବଳିରେ ମନମୋହିଲା ରଙ୍ଗୋଲି

ବୌଦ୍ଧ: ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟାରେ ପାଳିତ ହୁଏ ଦୀପାବଳି । ଦୀପାବଳିକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠିଛି ଗାଁଠୁ ସହର । ଏହି ଦୀପାବଳି ଅବସରରେ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ମହା ଆଡମ୍ବରରେ ପାଳନ ହୋଇଯାଇଛି । ଏଥିସହ ମାରଓ୍ବାଡି ସଂପ୍ରଦାୟର ରଙ୍ଗୋଲି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିଲା । ତେବେ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଏହି ପୂଜନ ଉତ୍ସବ ପାଳନ କରାଯାଇଥିବାବେଳେ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଦେବୀଙ୍କ ଭୋଗ ପାଇଁ ପ୍ରସିଦ୍ଧ ଲଡୁ ଓ ଲିଆରୁ ପ୍ରସ୍ତୁତ ଜୁଗାର ସର୍ବାଧିକ ଆକର୍ଷଣୀୟ ହୋଇଥିଲା ।

ପବିତ୍ର ଦୀପାବଳିରେ ମନମୋହିଲା ରଙ୍ଗୋଲି

ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ପୂଜା ମଣ୍ଡପରେ ମା' ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇଥିବା ସହ ମଙ୍ଗଳବାର ସୂର୍ଯ୍ୟ ପରାଗ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ବନ୍ଦ ଥିବା କାଳୀପୂଜା ଚଳିତ ବର୍ଷ ଧୁମଧାମରେ ପାଳନ କରାଯାଇଥିଲା । ବାଣ ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାବେଳେ, ସୋମବାର ସଂଧ୍ୟାରେ ଦୀପଦାନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ତେବେ ବିଭିନ୍ନ ସଂପ୍ରଦାୟର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଡାକ ପରମ୍ପରା ସହିତ ମାରଓ୍ବାଡି ସଂପ୍ରଦାୟର ରଙ୍ଗୋଲି ଦୀପାବଳିକୁ ଅଧିକ ଆକର୍ଷିତ କରିଥିଲା । ଏଥିସହ ବିଭିନ୍ନ ରଙ୍ଗର ସମ୍ମିଶ୍ରଣରେ ରଙ୍ଗୋଲୀ ଗୁଡିକ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.