ETV Bharat / state

ନୂଆଁଖାଇ ଲାଗି ଚଳଚଞ୍ଚଳ ବୌଦ୍ଧ ସହର - ନୂଆଁଖାଇ

ଗୋଟିଏ ଦିନର ଅପେକ୍ଷା ପରେ ନୂଆଁଖାଇ । ଇଷ୍ଟ ଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ। ଏନେଇ ଉତ୍ସବମୁଖର ବୌଦ୍ଧ ସହର ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 1, 2019, 2:23 PM IST

ବୌଦ୍ଧ: ଆସନ୍ତା ଭାଦ୍ରବ ପଞ୍ଚମୀରେ ଲାଗି ହେବ ନବାନ୍ନ । ଏନେଇ ଧାର୍ଯ୍ୟ ହୋଇଛି ଲଗ୍ନ । ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଆସନ୍ତା ମଙ୍ଗଳବାର ଲାଗି ହେବ ପବିତ୍ର ନବାନ୍ନ । ଆଉ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା । କାରଣ ପୁଣି ଆସିଛି ନୂଆଁଖାଇ ।

ଗଣ ପର୍ବ ପାଳିବା ଲାଗି ପୁଣି ଏକାଠି ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଗାଁରୁ ସହର ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଦୁଇ ଦିନ ବାକି ଥିବାରୁ ଘର ଲିପାପୋଛା, ଗ୍ରାମ ଦେବତୀଙ୍କ ପୀଠକୁ ସଫାସୁତୁରା କରିବାରେ ଲାଗିଛନ୍ତି ଗୃହିଣୀ । ନୂଆ ଲୁଗା, ଚାଉଳ ଚୂନା, ଗୁଡା ଆଦି ସାମଗ୍ରୀର ଯୋଗାଡ ସହ ଗାଁ କିମ୍ବା ବଜାରରୁ ନୂଆ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି ପରିବାରଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏପଟେ ଆସନ୍ତା ପଞ୍ଚମୀ ଦିନ ସକାଳ ସାଢେ 8ଟାରୁ 10ଟା 10 ମିନିଟରେ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଧାର୍ଯ୍ୟ କରାଯାଇଛି । ଏହି ଉପଲକ୍ଷେ ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା, ପଲଶାଗୋରା, କଣ୍ଟାମାଳ ଓ ଘଣ୍ଟାପଡା ଆଦି ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଶେଷ ଭାବରେ ରାଜ୍ୟ ବାହାରେ କାମ କରୁଥିବା ପରିବାରଲୋକେ ଏହି ସମୟରେ ଘର ବାହୁଡା କରୁଛନ୍ତି । ଗୋଟିଏ ଦିନ ପରେ ଏହି ମହାନ ଗଣପର୍ବ ହେବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଆସନ୍ତା ଭାଦ୍ରବ ପଞ୍ଚମୀ ରେ ଲାଗିହେବ ନବାନ୍ନ ।ଆଉ ଏଥିପାଇଁ ଧାର୍ଯ୍ୟ କରାଯାଇଛି ଲଗ୍ନ ।ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା ଭୈରବୀ ଙ୍କ ପୀଠ ରେ ଆସନ୍ତା ମଙ୍ଗଳବାର ଅର୍ଥାତ ପଞ୍ଚମୀ ରେ ଲାଗିହେବ ପବିତ୍ର ନବାନ୍ନ ।ଆଉ ଏଥିପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାର ।ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ନୂଆଖାଇ ପାଇଁ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି ।ଘର ଲିପାପୋଛା, ଗ୍ରାମ ଦେବତୀଙ୍କ ପୀଠକୁ ସଫାସୁତୁରା, ଘରେ ଘରେ ନୂଆଲୁଗା,ଚାଉଳ ଚୂନା,ଗୁଡ ଆଦି ସାମଗ୍ରୀର ଯୋଗାଡ ସହ ଗାଁ କିମ୍ବା ବଜାରରୁ ନୂଆ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି ।ଏପଟେ ଆସନ୍ତା ପଞ୍ଚମୀ ଦିନ ସକାଳ ସାଢେ ଆଠଟା ରୁ ଦଶଟା ଦଶ ମିନିଟ ମଧ୍ୟରେ ଦେବୀ ଭୈରବୀ ଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଲଗ୍ନ ଧାର୍ଯ୍ୟ କରାଯାଇଛି ।ନବାନ୍ନ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବୌଦ୍ଧ ସହିତ ବାଉଁଶୁଣୀ, ମନମୁଣ୍ଡା, ପଲଶାଗୋରା,କଣ୍ଟାମାଳ ଓ ଘଣ୍ଟାପଡା ଆଦି ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।ବିଶେଷ ଭାବରେ ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ଏହି ସମୟରେ ଘର ବାହୁଡା ହେଉଥଗବାରୁ ପରିବାରର ସମସ୍ତେ ଖୁସିରେ ନବାନ୍ନ ଉତ୍ସବ କୁ ପାଳନ କରିଥାନ୍ତି ।ଆଉ ଗୋଟିଏ ଦିନ ପରେ ଏହି ମହାନ ଗଣପର୍ବ ହେବାକୁ ଥିବା ବେଳେ ଏହାକୁ ସ୍ମରଣୀୟ କରିବାକୁ ମଧ୍ୟ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Body:ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ, ଚଳଚଞ୍ଚଳ ପୁରପଲ୍ଲୀ ।

Conclusion:ବାଇଟ-୧-ମଧୁସୂଦନ ବାରିକ,ପୂଜକ
ବାଇଟ-୨-ସୁପ୍ରଭାତି ବାରିକ, ଶ୍ରଦ୍ଧାଳୁ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.