ETV Bharat / state

ବୌଦ୍ଧ ଜିଲ୍ଲାପାଳ ଭାବେ ଯୋଗଦେଲେ ନୃସିଂହ ଚରଣ ସ୍ବାଇଁ

author img

By

Published : Jul 7, 2023, 9:50 PM IST

ନୃସିଂହ ଚରଣ ସ୍ବାଇଁ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବରେ ଦେଲେ ଯୋଗ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ସହଯୋଗ କଲେ କାମ୍ୟ । ଅଧିକ ପଢ଼ନ୍ତୁ

Nrusingh Charan swain
Nrusingh Charan swain

ନୃସିଂହ ଚରଣ ସ୍ବାଇଁ ବୌଦ୍ଧ ଜିଲ୍ଲାର ନୂଆ ଜିଲ୍ଲାପାଳ

ବୌଦ୍ଧ: ନୂତନ ଜିଲ୍ଲାପାଳ ଭାବରେ ଯୋଗଦାନ କଲେ ନୃସିଂହ ଚରଣ ସ୍ବାଇଁ । ପ୍ରଥମ ଦିନରେ ସେ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବୀମା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବିଭିନ୍ନ ବିଭାଗର କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟି ଥିଲେ । ଜିଲ୍ଲାର ନୂତନ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦାନ ପରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ତାଙ୍କୁ ସ୍ବାଗତ କରିଥିଲେ ।

ଆଜି ପ୍ରଥମ ଦିନରେ ସେ ସାମ୍ବାଦିକମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବୀମା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶୁକ୍ରବାର ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନୃସିଂହ ଚରଣ ସ୍ବାଇଁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ଜୁନ 30 ତାରିଖରେ ପୂର୍ବତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅବସରଗ୍ରହଣ ପରେ ଗତକାଲି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଆଜି ଅପରାହ୍ନରେ ନୂତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ କଲେକ୍ଟେରିଏଟର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ବାଗତ ଜଣାଇଥିଲେ । ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାର ସମସ୍ତ ଅଧିକାରୀ, ବିଡ଼ିଓ, ତହସିଲଦାର, ଆଇଆରବି ଅଧିକାରୀ, ହରଭଙ୍ଗା ବ୍ଲକର ସମସ୍ତ ସରପଞ୍ଚ ଭେଟି ତାଙ୍କୁ ସ୍ବାଗତ ଜଣାଇଥିଲେ । ଆଜି ପ୍ରଥମ ଦିନରେ ଜିଲ୍ଲାପାଳ ଭାବରେ ଦାୟୀତ୍ଵ ଗ୍ରହଣ କରିବା ପରେ ସ୍ବାଇଁ ସାମ୍ବାଦିକଙ୍କ ବୈଠକରେ ଯୋଗଦାନ କରିଥିଲେ ।

ଏହାସହ ରାଜ୍ୟ ସରକାର ସାମ୍ବାଦିକଙ୍କୁ ବୀମାଭୁକ୍ତ ପାଇଁ ନେଇଥିବା ପଦକ୍ଷେପ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଚାଲିଥିବା ବେଳେ ବୌଦ୍ଧ ଠାରେ ସାମ୍ବାଦିକଙ୍କ ସହିତ ଆଲୋଚନା କରିଥିଲେ । ଆଜି ଜିଲ୍ଲାପାଳ ଭାବରେ ଯୋଗଦାନ ପରେ ସ୍ବାଇଁ ପ୍ରଥମେ ଈଟିଭି ଭାରତ କୁ ପ୍ରତିକ୍ରିୟା ଦେଇ ବୌଦ୍ଧ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ପ୍ରଚେଷ୍ଟା କରିବେ ବୋଲି ସୂଚନା ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ କହିଛନ୍ତି, ‘‘ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ପ୍ରଚେଷ୍ଟା ଓ ସହଯୋଗ ଏକାନ୍ତ କାମ୍ୟ । ଏହାସହ ଜିଲ୍ଲାର ଆଇନ ଶୃଙ୍ଖଳାକୁ ଆହୁରୀ ସୁଦୃଢ କରିବାକୁ ସମସ୍ତ ପଦକ୍ଷପ ଗ୍ରହଣ କରାଯିବ । ପ୍ରଥମ ଦିନରେ ସମସ୍ତଙ୍କ ସହ ଭେଟି ଏହି ସମ୍ପର୍କରେ ଚର୍ଚ୍ଚା କରାଯାଇଛି । ଏହାସହ ସାମ୍ବାଦିକଙ୍କ ପାଇଁ ସରକାର ବିମା ଯୋଜନା ଆରମ୍ଭ କରିଛନ୍ତି ଯାହା ଦ୍ବାରା 4 ଲକ୍ଷ ଟଙ୍କାର ସାହାୟତା ପାଇ ପାରିବେ ସାମ୍ବାଦିକମାନେ ।‘‘

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.