ETV Bharat / state

କଣ୍ଟାମାଳ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା, କେବେ ସୁଧୁରିବ ସ୍ଥିତି ?

author img

By

Published : Mar 11, 2023, 1:48 PM IST

Updated : Mar 12, 2023, 9:54 AM IST

କଣ୍ଟାମାଳ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା । ଏନେଇ ବିଧାୟକ ଉଦବେଗ ପ୍ରକାଶ କରିବା ସହ ଖୁବ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ

କଣ୍ଟାମାଳ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା
କଣ୍ଟାମାଳ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା
କଣ୍ଟାମାଳ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟସେବା

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆବଶ୍ୟକତା ମୁତାବକ ଡାକ୍ତର ନଥିବା ବେଳେ ଦୁର୍ଗମ ଅଞ୍ଚଳରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଅଭାବରୁ ସ୍ଥାନୀୟ ଲୋକେ ଗୁଣିଗାରେଡି, କ୍ବାକ ଓ ଘରୋଇ ଚିକିତ୍ସା ଉପରେ ନିର୍ଭରଶୀଳ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଖୁବଶୀଘ୍ର ଦାବି ପୂରଣ ହେବ ବୋଲି କହିଛନ୍ତି କଣ୍ଟାମାଳ ବିଧାୟକ ମହୀଧର ରଣା ।

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି ଉପଯୁକ୍ତ ସ୍ବାସ୍ଥ୍ୟ ସେବା । ଫଳରେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ଉପରେ ଆସ୍ଥା ରଖି ଚିକିତ୍ସା ପାଇଁ ବାଧ୍ୟ ହେଉଛନ୍ତି । ଅନେକ ଉପାନ୍ତ ଅଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୂରର କଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଆବଶ୍ୟକ ମୁତାବକ ଡାକ୍ତର ନାହାନ୍ତି । ତେଣୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଖୋଦ ନିର୍ବାଚିତ ଜନ ପ୍ରତିନିଧି ଉଦବେଗ ପ୍ରକାଶ କରିଛନ୍ତି ।

ନାଗରିକଙ୍କ ସ୍ବାସ୍ଥ୍ୟ ସେବାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ଦେଶ ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠି ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ଆଜି ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି । ତେଣୁ ଏଭଳି ଦୁର୍ଗମ ଅଞ୍ଚଳରେ ଗୁଣିଗାରେଡି ଓ ଦେଶୀ ଚିକିତ୍ସା ଏକମାତ୍ର ମାଧ୍ୟମ ହୋଇ ରହିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରହିଛି ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ବ୍ଲକ ସଦର ମହକୁମା କଣ୍ଟାମାଳ ସହିତ ବାଉଁଶୁଣୀ ଓ ମନମୁଣ୍ଡା ଠାରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଏହାଛଡା ବିଭିନ୍ନ ସ୍ଥାନରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପାନ୍ତ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ଗୁଡିକ ବ୍ୟାପକ ଅବ୍ୟବସ୍ଥିତ ହୋଇ ରହିଛି । କେଉଁଠି ଆନୁଷଙ୍ଗିକ ସମସ୍ୟା ତ ଅନ୍ୟ କେଉଁଠି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହିଛି ।

ଏନେଇ ବିଧାୟକ କହିଛନ୍ତି," ବିଶେଷ ଭାବରେ ଚବିଶ ଗୋଟି ପଞ୍ଚାୟତର ପ୍ରମୁଖ ସ୍ଥାନ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ତଥା ଡାକ୍ତର ଅଭାବ ଅନେକ ସମୟରେ ରହି ଆସୁଛି । ରାଜ୍ୟ ସରକାର କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ 5t ଅନ୍ତର୍ଭୁକ୍ତ କରିଥିବା ବେଳେ ବିଭିନ୍ନ ସମୟରେ ଡାକ୍ତର ନିଯୁକ୍ତି କରୁଛନ୍ତି । କିନ୍ତୁ ଡାକ୍ତର ଏଠାରେ ବିଭିନ୍ନ କାରଣରୁ ରହିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ।"

କଣ୍ଟାମାଳ ଅଞ୍ଚଳରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଉଭୟ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅନେକ ସମୟରେ ପ୍ରଚେଷ୍ଟା କରୁଥିଲେ ମଧ୍ୟ ଅନେକ ସମୟରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ସମ୍ମୁଖକୁ ଆସୁଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଅନେକ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ସମସ୍ୟା ହେତୁ ଅନେକ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଥାଏ । ଏଣୁ ଏଭଳି ଦୁର୍ଗମ ଅଞ୍ଚଳର ଅଧିବାସୀ ବାଧ୍ୟ ହୋଇ ଗୁଣିଗାରେଡି, କ୍ବାକ ତଥା ଝଡାଫୁଙ୍କାର ସହାୟତା ନେଇଥାନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Mar 12, 2023, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.