ETV Bharat / state

ଶୁଣ୍ଢିପଦର ପଞ୍ଚାୟତ ଅଫିସରେ ରାଜୁତି କରୁଛି ଅନ୍ଧାର - ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ଅନ୍ଧକାରରେ

ଆଲୋକର ପର୍ବ ଦୀପାବଳି ପାଇଁ ଗାଁ ଠାରୁ ସହର ସବୁଠାରେ ଆଲୋକ ମାଳା ଝଲସୁଛି । ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା ଅନ୍ଧକାରରେ ବୁଡି ରହିଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ ସରପଞ୍ଚ । ଅଧିକ ପଢ଼ନ୍ତୁ

ଅନ୍ଧକାରରେ ବୁଡି ରହିଛି ଶୁଣ୍ଢିପଦର ପଞ୍ଚାୟତ ଅଫିସ

author img

By

Published : Oct 26, 2022, 11:01 AM IST

ବୌଦ୍ଧ: ଅବ୍ୟବସ୍ଥା ଘେରରେ ପଞ୍ଚାୟତ କାର୍ଯ୍ୟାଳୟ । ଦୀର୍ଘ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟରେ ବିଦ୍ୟୁତ ନଥିବାରୁ ସେଠାରେ କେବଳ ଅନ୍ଧକାର ରାଜୁତି କରୁଛି । ଆଲୋକର ପର୍ବ ଦୀପାବଳି ପାଇଁ ଗାଁ ଠାରୁ ସହର ଓ ବିଭିନ୍ନ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସି ଉଠୁଛି। ବୌଦ୍ଧ ଜିଲ୍ଲାର ଗୋଟିଏ ପଞ୍ଚାୟତ ମୁଖ୍ୟାଳୟରେ ଆଲୁଅ ଟିଏ ନାହିଁ ।

ଅନ୍ଧକାରରେ ବୁଡି ରହିଛି ଶୁଣ୍ଢିପଦର ପଞ୍ଚାୟତ ଅଫିସ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତ । ପଞ୍ଚାୟତଟି ବର୍ତ୍ତମାନ ନାହିଁ ନାହିଁରେ ଚାଲିଥିବା ଭଳି ମନେ ହେଉଛି । କାରଣ ଶୁଣ୍ଢିପଦର ପଞ୍ଚାୟତ କାର୍ଯ୍ୟାଳୟ ଗୃହଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ସେଠାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ମଧ୍ୟ ବେହାଲ ହୋଇପଡିଛି । ଆଶ୍ଚର୍ଯ୍ୟର କଥା ଦୀର୍ଘ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ନାହିଁ । ଫଳରେ ଏଠାରେ ଅନ୍ଧକାର ରାଜୁତି କରିବା ସହିତ କୌଣସି କାର୍ଯ୍ୟ ଆଦୌ ହୋଇପାରୁନାହିଁ । ଏହାଛଡା ପଞ୍ଚାୟତ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ ନଥିବାରୁ ଅନଲାଇନ ମାଧ୍ୟମରେ ସରକାରଙ୍କ କୌଣସି ବିକାଶ ମୂଳକ କାର୍ଯ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ହୋଇ ପାରୁନାହିଁ ।

ଏନେଇ ଶୁଣ୍ଢିପଦର ସରପଞ୍ଚ ଅନେକ ଥର କଣ୍ଟାମାଳ ବିଡ଼ିଓଙ୍କୁ ଅବଗତ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନର ଅବହେଳାରୁ ପଞ୍ଚାୟତର ବିକାଶ ଠିକରେ ହୋଇ ପାରୁନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସରପଞ୍ଚ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.