ETV Bharat / state

ସମସ୍ୟା ଘେରରେ ବାଉଁଶୁଣୀ, କେବେ ହେବ ସମସ୍ୟାର ସମାଧାନ

ବ୍ୟାପକ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛି ବୌଦ୍ଧର ବାଣିଜ୍ୟିକ ପେଣ୍ଠସ୍ଥଳୀ । ଜାତୀୟ ରାଜପଥ କଡରେ ଥିବା ଏହି ଅଞ୍ଚଳର ବିକାଶ ଉପରେ ନାହିଁ ପ୍ରଶାସନର ନିଘା । ଅଧିକ ପଢ଼ନ୍ତୁ

ବ୍ୟାପକ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛି ବାଉଁଶୁଣୀ

author img

By

Published : Jul 9, 2023, 9:02 PM IST

ବ୍ୟାପକ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛି ବାଉଁଶୁଣୀ

ବୌଦ୍ଧ: ସମସ୍ୟା ଭିତରେ ଉବୁଟୁବୁ ଏକ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳୀ । ବାରମ୍ବାର ଏହାର ବିକାଶ ପାଇଁ ଅଞ୍ଚଳର ଅଧିବାସୀ ଦାବି କରି ଆସୁଥିବା ବେଳେ ଏନେଇ ଉଭୟ ପ୍ରଶାସନିକ ତଥା ରାଜନୈତିକ ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଚୀନ ତଥା ଐତିହାସିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବାଉଁଶୁଣୀ । ଆଜି ମଧ୍ୟ ବାଉଁଶୁଣୀରେ ବଉଦିଆ ପଡା ଓ ସୋନପୁରୀଆ ପଡା ବସ୍ତି ରହିଛି । ବାଘନଦୀ ଓ ମହାନଦୀ ର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ବୌଦ୍ଧ ଜିଲ୍ଲା ସଦର ବ୍ଲକର ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ଏହା ଉପରେ ପ୍ରାୟ ଦଶଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ।

ବାଉଁଶୁଣୀ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା ସହିତ ପ୍ରତ୍ୟେକ ଦିନ ଏଠାକୁ ଥାନା, ଡାକ୍ତରଖାନାରେ କାର୍ଯ୍ୟ ନିମନ୍ତେ ହଜାରହଜାର ଲୋକ ଆସିଥାନ୍ତି । 57 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାଉଁଶୁଣୀ ଅଞ୍ଚଳ ବର୍ତ୍ତମାନ ନାନାପ୍ରକାର ସମସ୍ୟାରେ ଛନ୍ଦି ହୋଇ ରହିଛି । ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ହୋଇ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏସବୁ ଉଚ୍ଛେଦ ପାଇଁ ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ଉଚ୍ଛେଦ କେବଳ କେତେକ ଗରିବ ନିରୀହଙ୍କ ପାଇଁ ଉଦ୍ଦିଷ୍ଟ ଭଳି ମନେ ହେଉଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଡ୍ରେନେଜ ସମସ୍ୟାରୁ ରାସ୍ତା ଉପରେ ହିଁ ନର୍ଦ୍ଦମା ପାଣି ପାନୀୟଜଳ ସହିତ ଏକାକାର ହୋଇ ଯାଇଛି ।

ସେହିପରି ବାଉଁଶୁଣୀ ଡାକ୍ତରଖାନାରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ବିଶେଷଜ୍ଞ ଡାକ୍ତରଙ୍କ ଅଭାବଠାରୁ ନେଇ ପରିସରରେ ମଦ୍ୟପଙ୍କ ଆଡ୍ଡା ସମସ୍ତଙ୍କୁ ଚିନ୍ତିତ କରିଛି । ସରକାର ଓ ପ୍ରଶାସନିକ ସ୍ତରରେ ବାଉଁଶୁଣୀର ବିକାଶ ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଅନେକ କାର୍ଯ୍ୟ ଉପଯୁକ୍ତ ଭାବରେ ସମ୍ପାଦନ ହେଉନାହିଁ ।

ବାଘନଦୀ ଓ ମହାନଦୀ କୂଳରେ ଥିବା ବାଉଁଶୁଣୀ ବର୍ତ୍ତମାନ ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ନଦୀତଟର ସୁରକ୍ଷା କୁନେଇ ସଦାସର୍ବଦା ବିପଦରେ ଅଞ୍ଚଳର ଅଧିବାସୀ ରହୁଛନ୍ତି । ବାଘନଦୀ କୂଳର ସୁରକ୍ଷା ପାଇଁ ଚାଲିଥିବା ପଥର ପ୍ୟାଚିଂ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ବାଘନଦୀ ଉପରେ ନବ ନିର୍ମିତ ସେତୁର ଉଭୟ ପାର୍ଶ୍ଵର ରାସ୍ତା ଧସି ଯିବାକୁ ବସିଛି । କୌଣସି ସମୟରେ ମଧ୍ୟ ଏଠାରେ ଅଘଟଣର ଆଶଙ୍କା ରହିଥିବା ବେଳେ ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.