ବୌଦ୍ଧ: ଏଣିକି ରାତିରେ ଦୁର୍ଘଟଣାରୁ ବର୍ତ୍ତିବେ ବୁଲା ଗାଇଗୋରୁ । ସେମାନଙ୍କୁ ସଡକ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ବେକରେ ଲଗାଗଲା ରେଡିୟମ ବେଲ୍ଟ । ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏଭଳି ଏକ ନିଆରା ପଦକ୍ଷେପ ।
ବୁଧବାର ସନ୍ଧ୍ୟାରେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଓ ଆରଟିଓ ଭାଗୀରଥି ନାଏବ ଯୋଗଦେଇ ଗାଇଗୋରୁଙ୍କୁ ରେଡିୟମ ବେଲ୍ଟ ଲଗାଇଥିଲେ । ତେବେ ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ