ETV Bharat / state

ମାମୁଁଘରକୁ ବୁଲିବାକୁ ଆସି ପୋଖରୀରେ ବୁଡି ଭଣଜା ମୃତ - Boudh Latest News

ବୌଦ୍ଧ ଜିଲ୍ଲା ବଢିଗାଁରେ ମାମୁଁ ଘରକୁ ବୁଲିଆସି ଗାଁ ପୋଖରୀରେ ବୁଡି ଭଣଜା ମୃତ । ବୌଦ୍ଧ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

the-boy-visit-his-uncle-house-and-death-in-pond-in-boudh
ଭଣଜା ମାମୁଁ ଘରେ ବୁଲିବାକୁ ଯାଇ ପୋଖରୀରେ ବୁଡି ମୃତ
author img

By

Published : Mar 8, 2020, 5:40 PM IST

ବୌଦ୍ଧ: ମାମୁଁ ଘରକୁ ବୁଲିବାକୁ ଆସି ପୋଖରୀରେ ବୁଡି ଭଣଜା ମୃତ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ବଢିଗାଁରେ ଘଟିଛି । ମାମୁଁ ଘରକୁ ବୁଲିଆସି ଗାଁ ପୋଖରୀରେ ବୁଡିଯାଇ ଭଣଜାର ଅକାଳ ମୃତ୍ୟୁ ଘଟିଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଭଣଜା ମାମୁଁ ଘରେ ବୁଲିବାକୁ ଯାଇ ପୋଖରୀରେ ବୁଡି ମୃତ

ସୂଚନା ଅନୁଯାୟୀ ଜିଲ୍ଲାର ରାଉତବାହାଲ ଗ୍ରାମର ଆଠ ବର୍ଷର ନାବାଳକ ଆକାଶ ପ୍ରଧାନ ନିଜ ମାମୁଁ ଘର ବଢିଗାଁ ଟିକିରାସାହିକୁ ବୁଲିବାକୁ ଆସିଥିଲା । ତେବେ ରବିବାର ଛୁଟି ଥିବାରୁ ଆକାଶ ନିଜ ଆଇ ସହିତ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ଆଇର ଅଜାଣତରେ ଆକାଶ ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲା । ଦୀର୍ଘ ସମୟ ଖୋଜାଖୋଜି ପରେ ଆକାଶକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଆକାଶର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ତାଙ୍କ ସମ୍ପର୍କୀୟ ମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.