ETV Bharat / state

ବୌଦ୍ଧର ଅଧିକାଂଶ ଆକ୍ରାନ୍ତ ନାରାୟଣନଗରରୁ ଚିହ୍ନଟ, ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର - ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର

ରାଜ୍ୟରେ ସଂକ୍ରମଣ ମାମଲା ଅହେତୁକ ବଢିବାରେ ଲାଗିଛି । ବୌଦ୍ଧ ଜିଲ୍ଲା ପାଇଁ ଏବେ ମୁଣ୍ଡବିନ୍ଧା କାରଣ ପାଲଟିଛି ନାରାୟଣନଗର ଗାଁ । ଯେଉଁଠି ଜିଲ୍ଲାର ମୋଟ ସଂକ୍ରମିତଙ୍କ ଅଧା ସଂଖ୍ୟା ଉକ୍ତ ଗାଁରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର
ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର
author img

By

Published : Aug 18, 2020, 7:12 AM IST

ବୌଦ୍ଧ: କୋରୋନା ହଟସ୍ପଟ ପାଲଟିଛି ନାରାୟଣନଗର । ସୋମବାର ନାରାୟଣନଗର ଗାଁରୁ 49 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏହି ଗାଁରେ ସଂକ୍ରମିତଙ୍କ ସଂଖ୍ୟା 200 ପାର କରିଛି । ସେପଟେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 429 ଛୁଇଁଛି । ଅର୍ଥାତ ଜିଲ୍ଲାର ଅଧା କୋରୋନା ଆକ୍ରାନ୍ତ କେବଳ ନାରାୟଣନଗର ଗାଁରେ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଭୟଭୀତ ହେବା ସହ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସେପଟେ, ଗାଁରେ ସଂକ୍ରମଣ ବୃଦ୍ଧିକୁ ନେଇ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହ 144 ଧାରା ଲାଗୁ କରାଯାଇଛି । ତଥାପି ସଂକ୍ରମଣରେ ବ୍ରେକ ଲାଗୁନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲା ବିଜେପି ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ନାରାୟଣନଗର ଗାଁରେ ଏକ ଭୋଜିରେ ଶହ ଶହ ଲୋକ ଯୋଗ ଦେଇଥିଲେ । ଏନେଇ ସ୍ଥାନୀୟ ସରପଞ୍ଚ ଜାଣି ସୁଦ୍ଧା ପଦକ୍ଷେପ ଗ୍ରହଣ ନ କରିବାର ପରିଣାମ ଏବେ ଭୟଙ୍କର ସ୍ଥିତି ଉପୁଜାଇଛି । ଯେଉଁ ଭୋଜିର ସୋନପୁର ପଟାଭାଡି ଲିଙ୍କ ରହିଥିବା ଚର୍ଚ୍ଚା ହେଉଛି । ଜିଲ୍ଲାପାଳଙ୍କୁ ହଟସ୍ପଟ ଗ୍ରାମର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.