ବୌଦ୍ଧ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ମଠ ମନ୍ଦିରଠାରୁ ଆରମ୍ଭ କରି ଘରେ ଘରେ ଦେଖିବାକୁ ମିଳିଥିବା ଶ୍ରୀକୃଷ୍ଣଙ୍କ ଲୀଳା । ଆନନ୍ଦ ଉଲ୍ଲାସର ସହିତ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ସହିତ ନନ୍ଦ ଉତ୍ସବ ପାଳିତ । ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରାଯାଇଥିବା ବେଳେ ଆଜି ଗୋପପୁରରେ ନନ୍ଦ ଉତ୍ସବ ପାଳିତ ହୋଇଛି । ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପାଇ ଉଭୟ ଶକଟାସୁର ଓ ବକାସୁର ଗୋପପୁରରେ ପହଞ୍ଚି ଥିବା ବେଳେ ତାଙ୍କ ବଦ୍ଧ କରିଛନ୍ତି ଶ୍ରୀକୃଷ୍ଣ ।
ଏହା ମଧ୍ୟ ପଢନ୍ତୁ...ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ
ବୌଦ୍ଧ ଜିଲ୍ଲାର କଳାଗ୍ରାମ ବୁଟୁପାଲି ଆଜି ଗୋପପାଲିରେ ପରିଣତ ହୋଇଥିଲା । ବୁଟୁପାଲି ଗ୍ରାମର ଆବାଳ ବୃଦ୍ଧବନିତା ଆଜି ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଗତକାଲି ବିଳମ୍ବିତ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଖବର ପରେ ଆନନ୍ଦରେ ସମଗ୍ର ବୁଟୁପାଲିରେ ମିଷ୍ଟାନ୍ନ ବଣ୍ଟନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜନ୍ମାଷ୍ଟମୀ ପାଇଁ ବୌଦ୍ଧ ଟାଉନ ହଲ୍ ଠାରେ ଇସ୍କନ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଭାବରେ ଜନ୍ମାଷ୍ଟମୀ ମହୋତ୍ସବ ଓ ଭାଗବତ କଥାର ଆୟୋଜନ କରାଯାଥିବା ବେଳେ ସାରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ...ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ସମ୍ପନ୍ନ, ଦୋଳିରେ ଝୁଲୁଛନ୍ତି ନନ୍ଦଲାଲା
ଗୁରୁବାର ବୌଦ୍ଧ ନିକଟସ୍ଥ ବୁଟୁପାଲିଠାରେ ଶହଶହ ଶ୍ରଦ୍ଧାଳୁ ୫ଟି ରଥରେ ସ୍ବତନ୍ତ୍ର ଭାବରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ସଜ୍ଜିତ କରି ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ବାଳକ ଶ୍ରୀକୃଷ୍ଣ, ବଳରାମ, ଗୋପାଳ ବେଶରେ ଓ ପ୍ରତ୍ୟେକ ବାଳିକା ରାଧା,ଗୋପୀ ବେଶରେ ସଜ୍ଜିତ ହୋଇ ଖୁବ ଆକର୍ଷଣୀୟ ଶୈଳୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ ରହିଥିଲେ । ବୁଟୁପାଲି ଗ୍ରାମର ଯାତ୍ରା କମିଟି ପକ୍ଷରୁ ଗାଁ ଦେଇ ଯାଇଥିବା ଜାତୀୟ ରାଜପଥରେ ଏହି ନନ୍ଦୋତ୍ସବ ପାଳିତ ହୋଇଥିଲା ।ଏଠାରେ ଶିଶୁଠାରୁ ବୃଦ୍ଧ ସମସ୍ତେ ବୁଡ଼ି ଯାଇଥିଲେ ଶ୍ରୀକୃଷ୍ଣଙ୍କ ପ୍ରେମରେ । ବୌଦ୍ଧ ସମେତ ପଡ଼ୋଶୀ ଜିଲ୍ଲାର ଆଧ୍ୟାତ୍ମିକ କଳାକାରମାନେ ବିଭିନ୍ନ ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ । ଗୋଟିଏ ଦିନ ପାଇଁ ବୁଟୁପାଲି ଗ୍ରାମ ଗୋପପାଲିରେ ପରିଣତ ହୋଇଥିବା ବେଳେ ଗ୍ରାମରେ ଏଭଳି ପରମ୍ପରାରେ ଭାଇଚାରା ସହିତ ଲୁପ୍ତପ୍ରାୟ ଲୋକକଳାକୁ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବୌଦ୍ଧ