ETV Bharat / state

ସହରର ସ୍ବଛତା ନେଇ ଆକ୍ସନ ମୋଡରେ ନଗରପାଳ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୌଚାଳୟ ଓ ମହାନଦୀ ଘାଟ ବୁଲି ଦେଖିଲେ ନଗରପାଳ । ଅଧିକ ପଢନ୍ତୁ

ଆକ୍ସନ ମୋଡରେ ନଗରପାଳ
ଆକ୍ସନ ମୋଡରେ ନଗରପାଳ
author img

By

Published : Feb 15, 2023, 9:12 AM IST

ଆକ୍ସନ ମୋଡରେ ନଗରପାଳ

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ସଫେଇ କାର୍ଯ୍ୟର ତଦାରଖ ପାଇଁ ହଠାତ ପହଞ୍ଚିଲେ ପୌର ଅଧ୍ୟକ୍ଷ । ଗତକାଲି(ମଙ୍ଗଳବାର) ବିଭିନ୍ନ ଶୌଚାଳୟ ଓ ମହାନଦୀ ଘାଟ ବୁଲି ଦେଖିବା ସହ ସ୍ବଚ୍ଛତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନଦନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବ୍ଲକ ବର୍ଜ୍ୟବସ୍ତୁ ପାଇଁ ଆବର୍ଜନା ହୋଇଉଠୁଛି ।

ଏହାଛଡା ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ମଧ୍ୟ କୁଢ କୁଢ ଅଳିଆ ଆବର୍ଜନାରେ ପୁରି ରହୁଥିବା ଅଭିଯୋଗ ପରେ ଆକ୍ସନ ମୁଡକୁ ଆସିଛନ୍ତି ଖୋଦ ନଗରପାଳ । ବୌଦ୍ଧ ଜିଲ୍ଲା ସଦର ମହକୁମା ୧୭ଟି ଓ୍ବାର୍ଡକୁ ନେଇ ଜିଲ୍ଲାର ଏକମାତ୍ର ଏନ ଏସି ଭାବରେ ଗଠିତ ହୋଇଛି । ମହାନଦୀ କୂଳରେ ଥିବା ବୌଦ୍ଧ ପୌରାଞ୍ଚଳର ଦୁଇଟି ଓ୍ବାର୍ଡ ନଦୀ ଗର୍ଭରେ ମର୍ଜାକୁଦ ଦ୍ବୀପାଞ୍ଚଳରେ ରହିଛି । ତେବେ ବୌଦ୍ଧ ପୌରାଞ୍ଚଳର ବସଷ୍ଟାଣ୍ଡ ଠାରୁ ନେଇ ବିଭିନ୍ନ ବସ୍ତିର ସଫେଇ ପାଇଁ ପୌର ପ୍ରଶାସନ ସମସ୍ତ ଉଦ୍ୟମ କରୁଥିବା ବେଳେ ସ୍ବଛତା କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ଉଦାସୀନତା ଯୋଗୁଁ ସହରର ବିଭିନ୍ନ ସ୍ଥାନ କୁଢ କୁଢ ଅଳିଆରେ ପୋତି ହୋଇପଡୁଛି ।

ଏପରିକି ବୌଦ୍ଧ ବସଷ୍ଟାଣ୍ଡ ଓ ଅନ୍ୟ ସ୍ଥାନରେ ଥିବା ଗୋଷ୍ଠୀ ଶୌଚାଳୟ ଗୁଡିକ ଅତ୍ୟନ୍ତ ଅପରିଷ୍କାର ତଥା ବନ୍ଦ ରହୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଆଉ ଏଭଳି ଅଭିଯୋଗ ପରେ ମଙ୍ଗଳବାର ହଠାତ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଅଚାନକ ବୌଦ୍ଧ ବସଷ୍ଟାଣ୍ଡର ଶୌଚାଳୟରେ ପହଞ୍ଚି ଏହାର ସ୍ବଛତା ଦେଖି ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏହାର ସ୍ବଚ୍ଛତା ସୁଧାରିବାକୁ କର୍ମଚାରୀଙ୍କୁ କଡ଼ା ତାଗିଦ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଧାନ କିଣା ଓ ଚାଉଳ କାଟ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ, ରାଜ୍ୟପାଳଙ୍କୁ ଦାବିପତ୍ର

ଗତ କିଛିଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଧ୍ୟ ସହରାଞ୍ଚଳର ଅପରିଷ୍କାରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ନଗରପାଳ ସହରର ବିଭିନ୍ନ ସ୍ଥାନରେ ପବ୍ଲିକ ଟଏଲେଟ ନିର୍ମାଣ ସହିତ ମହାନଦୀ କୂଳକୁ ସମ୍ପୂର୍ଣ୍ଣ ମଳମୁକ୍ତ ପାଇଁ ବିଭିନ୍ନ ଘାଟ ପରିଦର୍ଶନ କରିଥିଲେ । ବିଶେଷ ଭାବରେ ମହାନଦୀରେ ମହାଆଳତୀ ହେଉଥିବା ଚିରଘାଟ ଅଞ୍ଚଳକୁ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ପରିଦର୍ଶନ କରିବା ସହିତ ଏହାର ବିକାଶ କିଭଳି ହେବ ସେନେଇ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.