ବୌଦ୍ଧ: ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ବାଦ ରାଲି ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥିଭାବେ ସାଂସଦ ବସନ୍ତ ପଣ୍ଡା ଭିଡିଓ କନଫରେନସିଂ ମାଧ୍ୟମରେ ଏହି ରାଲିରେ ଯୋଗ ଦେଇ ବିଜେପି ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।
ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ବାନ୍ଧକଳାକୁ କିଭଳି ବିଶ୍ବ ଦରବାରରେ ପହଞ୍ଚାଯାଇପାରିବ ତଥା କୃଷି ଭିତ୍ତିକ ଜିଲ୍ଲାର କିଭଳି ବିକାଶ ହୋଇପାରିବ ଏ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଛନ୍ତି ସାଂସଦ ବସନ୍ତ ପଣ୍ଡା । ଏହାସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ମଧ୍ୟ ନିଜ ଉଦବୋଧନେରେ ସେ ମତ ରଖିଛନ୍ତି ।
ଏହି ଜନ ସମ୍ବାଦ ରାଲିରେ ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ଉପସ୍ଥିତ ରହିଥିଲେ । ତେବେ ଏହା ବିଜେପି ନେତା ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ