ETV Bharat / state

ସଡକ ସୁରକ୍ଷା ମାସରେ 50ରୁ ଉର୍ଦ୍ଧ୍ବ ଦୁର୍ଘଟଣା

author img

By

Published : Feb 6, 2021, 10:47 AM IST

ଗୋଟେ ପଟେ ଚାଲିଛି ସଡକ ସୁରକ୍ଷା ମାସ । ଆଉ ସେପଟେ ବଢି ଚାଲିଛି ଦୁର୍ଘଟଣା । ବୌଦ୍ଧରେ ସଡକ ସୁରକ୍ଷା ମାସର 15 ଦିନ ମଧ୍ୟରେ 50 ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିସାରିଲାଣି । ଅଧିକ ପଢନ୍ତୁ:

ସଡକ ସୁରକ୍ଷା ମାସରେ 50ରୁ ଉର୍ଦ୍ଧ୍ବ ଦୁର୍ଘଟଣା
ସଡକ ସୁରକ୍ଷା ମାସରେ 50ରୁ ଉର୍ଦ୍ଧ୍ବ ଦୁର୍ଘଟଣା

ବୌଦ୍ଧ: ସଡକ ସୁରକ୍ଷା ମାସ ଆରମ୍ଭର 15 ଦିନରେ ବୌଦ୍ଧରେ 50 ରୁ ଉର୍ଦ୍ଧ୍ବ ସଡକ ଦୁର୍ଘଟଣା ଘଟିସାରିଲାଣି । ଯେଉଁଥିପାଇଁ ରାଜପଥ ଜବରଦଖଲ ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣା ଘଟି ଅନେକ ଧନଜୀବନ କ୍ଷୟ କ୍ଷତି ହେବାରେ ଲାଗିଛି। ଜିଲ୍ଲା ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ଓ ଅନ୍ୟାନ୍ୟ ରାଜ୍ୟ ରାଜପଥ ଅନେକ ସ୍ଥାନରେ ନିର୍ମାଣଧିନ ଓ ଜନ ସଚେତନତା ଅଭାବରୁ ସଡକ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ବିଶେଷ ଭାବରେ ମନମୁଣ୍ଡା, ବାଉଁଶୁଣୀ, ସାହାଜପାଲ, ବୌଦ୍ଧ, ପୁରୁଣା କଟକ ଓ ଚାରି ଛକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକରେ ରାଜପଥ ଉପରେ ଠେଲା ବ୍ୟବସାୟୀ, ଜବରଦଖଲ, ବେଆଇନ ପାର୍କିଂ, ବସ ଟ୍ରକକୁ ରଖି ଅବରୋଧ ଭଳି ଦୃଶ୍ୟ ସବୁବେଳେ ଦେଖିବାକୁ ମିଳୁଛି ।

ସେପଟେ ବେପରୁଆ ଗାଡି ଚାଳନା ଓ ମଦ୍ୟପ ଡ୍ରାଇଭରଙ୍କ ଉପରେ କୌଣସି ଅଙ୍କୁଶ ନଥିବାରୁ ମଧ୍ୟ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ଏପରିକି ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ଠିକରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଶୁକ୍ରବାର ଗୋଟିଏ ଦିନରେ କଣ୍ଟାମାଳ ବ୍ଲକର ଶ୍ରୀମାଳ, ହରଭଙ୍ଗା ବ୍ଲକର ନୂଆପଡା ବୁଲାଣି ଓ ବୌଦ୍ଧର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବୌଦ୍ଧ ସହରର ନୂତନ ଭାବେ ନିର୍ମିତ ରାଜପଥ ଉପରେ ରୋଡ ଡିଭାଇଡର ସଠିକ ଭାବେ ଦିଆଯାଇ ନଥିବାରୁ ସହରରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.