ETV Bharat / state

ଫେଲ ମାରିଲା ମୋବାଇଲ ବ୍ୟାଙ୍କିକ ବସ ସେବା - boudh

ଚାଷୀଙ୍କ ଲାଗି ମାଳ ମାଳ ଯୋଜନା କରୁଛନ୍ତି ସରକାର । ସବୁ ପ୍ରକାର ସହାୟତା ଯୋଗାଇବା ପାଇଁ ଚେଷ୍ଟା କରନ୍ତି । ସରକାରଙ୍କ ଏହି ଚାଷୀ ମଙ୍ଗଳ ଯୋଜନାରେ ଅନ୍ତର୍ଭୁକ୍ତ ମୋବାଇଲ ବ୍ୟାଙ୍କିକ ବସ ସେବା କିନ୍ତୁ ଏବେ ଫେଲ ମାରିଛି । ଯାହା ପାଇଁ ଚାଷୀ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 13, 2019, 11:54 PM IST

ବୌଦ୍ଧ: ଚାଷୀଙ୍କ ସହାୟତା ନିମନ୍ତେ ସରକାର କରିଛନ୍ତି ଅନେକ ଯୋଜନା । ବିଶେଷ ଭାବରେ ଚାଷ ଓ ଚାଷୀଙ୍କ ସହାୟତା ନିମନ୍ତେ ସମବାୟ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚାଷୀଙ୍କୁ ଋଣ ପ୍ରଦାନ ଠାରୁ ଆରମ୍ଭ କରି ଧାନକ୍ରୟ ଓ ଟଙ୍କା ପୈଠ ପର୍ଯ୍ୟନ୍ତ ସବୁକିଛି ସମବାୟ ବିଭାଗର ମାଧ୍ୟମରେ ହିଁ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଟଙ୍କା ଦେଣନେଣର ଆଭ୍ୟନ୍ତରୀଣ ଅଞ୍ଚଳରେ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଦୁଇଟି ମୋବାଇଲ ବ୍ୟାଙ୍କିକ ବସ ପ୍ରଦାନ କରିଥିଲେ । କିନ୍ତୁ ଏବେ ଏହି ବସ ଦୁଇଟିର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ଚାଷୀଙ୍କ ଟଙ୍କା ନେଣଦେଣ ସମସ୍ୟା ସମାଧାନ ନିମନ୍ତେ ସରକାର ଯୋଗାଇଥିବା ଦୁଇଟି ମୋବାଇଲ ବ୍ୟାଙ୍କିକ ବସ ଏବେ ଲୋକଙ୍କ ସେବାରେ ଲାଗିପାରୁନାହିଁ । ଏଥିରୁ ଗୋଟିଏ ବସ କଣ୍ଟାମାଳ ଓ ଅନ୍ୟଟି ବାଲିଗୁଡା ଅଞ୍ଚଳ ନିମନ୍ତେ ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ବସ ଦୁଇଟି ଅଚଳ ହୋଇ ପଡିରହିଛି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖତ ଖାଉଥିବା ବେଳେ ବ୍ୟାଙ୍କ କତ୍ତୃପକ୍ଷ ଘଟଣାକୁ ସ୍ବୀକାର କରିବା ସହ ଏଥିପାଇଁ ନେଟୱାର୍କ ଓ ଷ୍ଟାଫ ସମସ୍ୟାକୁ ଦାୟୀ କରିଛନ୍ତି ।

ତେବେ ଲୋକ ଯଦି ସରକାରୀ ଯୋଜନାର ଉପଯୁକ୍ତ ଲାଭ ପାଉନାହାନ୍ତି ତବେ ଯୋଜନା ସବୁ କାହାପାଇଁ ବୋଲି ଉଠିଛି ପ୍ରଶ୍ନ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.