ETV Bharat / state

ଦୁଇ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ, କାର ଓ ସ୍କୁଟି ଜଳି ପାଉଁଶ

ବୌଦ୍ଧ ସହରର ମ୍ୟୁଜିୟମ ସମ୍ମୁଖରେ ଥିବା ଦୁଇଟି ଦୋକାନ ଘରେ ନିଆଁ ଲଗାଇ ଦୁର୍ବୃତ୍ତ । ଫଳରେ ଦୁଇ ଦୋକାନ ସହ ଗୋଟିଏ କାର ଓ ସ୍କୁଟି ପୋଡି ପାଉଁଶ । ଅଧିକ ପଢନ୍ତୁ...

ଦୁଇ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ, କାର ଓ ସ୍କୁଟି ଜଳି ପାଉଁଶ
ଦୁଇ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ, କାର ଓ ସ୍କୁଟି ଜଳି ପାଉଁଶ
author img

By

Published : Mar 25, 2021, 12:33 PM IST

ବୌଦ୍ଧ: ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଦୁଇ ଦୁଇଟି ଦୋକାନ ଘର । ବୌଦ୍ଧ ସହରର ମ୍ୟୁଜିୟମ ସମ୍ମୁଖରେ ଥିବା ଦୁଇଟି ଦୋକାନ ଘରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଫଳରେ ଦୁଇ ଦୋକାନ ସହ ଗୋଟିଏ କାର ଓ ଗୋଟିଏ ସ୍କୁଟି ପୋଡି ଯାଇଛି ।

ଦୁଇ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ, କାର ଓ ସ୍କୁଟି ଜଳି ପାଉଁଶ

ରାତି ପ୍ରାୟ ଗୋଟାଏ ବେଳେ ଏଭଳି ଘଟଣା ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସବୁକିଛି ପୋଡି ପାଉଁଶ ହୋଇ ସାରିଥିଲା । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଉଥିଲେ ମଧ୍ୟ ପୋଲିସ ପାଟ୍ରୋଲିଂ ଅଭାବରୁ ଏଭଳି ଘଟଣା ମାନ ଘଟୁଥିବା ଏବେ ଚର୍ଚ୍ଚା ହେଉଛି ।

ଗତ ପାଞ୍ଚ ଦିନ ପୂର୍ବରୁ ମଧ୍ୟ ମୁଣ୍ଡାପଡା ପଞ୍ଚାୟତ କମୀରା ଗ୍ରାମରେ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲଗାଇ ଦେବାରୁ ଗୋଟିଏ ବାଇକ ସମ୍ପୂର୍ଣ୍ଣ ପାଡି ଯାଇଥିଲା । ପୁଣିଥରେ ଗତକାଲି ରାତିରେ ଏଭଳି ଘଟଣା ବୌଦ୍ଧ ସହରର ପ୍ରମୁଖ ସ୍ଥାନରେ ଘଟିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଦୁଇ ଅଗ୍ନି ବିପନ୍ନ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.