ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା କଟକଣା ଯୋଗୁଁ ରଙ୍ଗର ପର୍ବ ହୋଲି ସମ୍ପୂର୍ଣ୍ଣ ଫିକା ପଡିଥିବା ଥିବାବେଳେ ବିଧି ରକ୍ଷା ପୂର୍ବକ ଏହି ପାରମ୍ପରିକ ପର୍ବକୁ ସିମୀତ ସ୍ଥାନରେ ପାଳନ କରାଯାଇଛି । ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଡାକ୍ତରମାନେ ଫଗୁ ଲଗାଇ ଏହି ପର୍ବର ବିଧି ରକ୍ଷା କରିଥିବା ବେଳେ ସେପଟେ ଏକ ଘଟଣା କ୍ରମରେ ହୋଲି ପୂର୍ବରୁ ରକ୍ତର ହୋଲି ଖେଳିଛନ୍ତି ଦୁର୍ବୃତ୍ତ ।
ସୂଚନା ମୁତାବକ ବୌଦ୍ଧ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଦୋଳ ଉତ୍ସବ ଚାଲିଥିବା ବେଳେ ଜଣେ ଯୁବକଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପେଟର ଅନ୍ତନାଳୀକୁ ବାହାର କରିଦେଇଥିଲେ ।ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସେପଟେ ଅଭିଯୁକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ମୁକୁନ୍ଦପୁର ଗ୍ରାମବାସୀ କାବୁକରି ପୋଲିସର ଜିମା ଦେଇଥିଲେ । ବୌଦ୍ଧ ଥାନା ପକ୍ଷରୁ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ