ETV Bharat / state

ପ୍ଲାଜମା ଦାନ ସମୀକ୍ଷା ପାଇଁ ବୌଦ୍ଧରେ ପହଞ୍ଚିଲେ ମନ୍ତ୍ରୀ ପଦ୍ମନାଭ ବେହେରା - Minister Padmanabha Behera

ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ବୌଦ୍ଧରେ ପହଞ୍ଚି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

minister-padmanabha-behera-visit-to-boudh-dist-to-review-the-donation-of-plasma
ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା ପାଇଁ ବୌଦ୍ଧରେ ପହଞ୍ଚିଲେ ମନ୍ତ୍ରୀ ପଦ୍ମନାଭ ବେହେରା
author img

By

Published : Jul 28, 2020, 4:47 PM IST

ବୌଦ୍ଧ: କୋରୋନା ରୋଗୀଙ୍କ ପାଇଁ ପ୍ଲାଜମାର ଯଥେଷ୍ଟ ଆବଶ୍ୟକତା ରହିଛି । ଏଣୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେବା ସହ ଏ ସମ୍ପର୍କରେ ସଚେତନ କରିବାକୁ ପ୍ରତ୍ୟେକ ଜିଲ୍ଲା ପାଇଁ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ବୌଦ୍ଧରେ ପହଞ୍ଚି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

ପ୍ଲାଜମା ଦାନ ସମ୍ପର୍କରେ ସମୀକ୍ଷା ପାଇଁ ବୌଦ୍ଧରେ ପହଞ୍ଚିଲେ ମନ୍ତ୍ରୀ ପଦ୍ମନାଭ ବେହେରା

ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ଏଡିଏମ, ସିଡିଏମଓ, ଉପଜିଲ୍ଲାପାଳ ପ୍ରମୁଖଙ୍କ ଉପସ୍ଥିତିରେ ଜିଲ୍ଲାରେ କୋଭିଡର ସ୍ଥିତି ଓ ପ୍ଲାଜମା ସମ୍ପର୍କରେ କିଭଳି ସଚେତନ କରାଯିବ ସେ ନେଇ ଆଲୋଚନା କରିଛନ୍ତି । ତେବେ ଜିଲ୍ଲାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 30 ଜଣ ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.