ETV Bharat / state

ମାଣ୍ଡିଆ ମୁହାଁ ଲୋକେ, ମିଲେଟ କାଫେ କରି ଭଲ ରୋଜଗାର କରୁଛନ୍ତି ମହିଳା

ଶରୀରକୁ ସୁସ୍ଥ ରଖିବା ପାଇଁ ମିଲେଟ ଖାଇବାକୁ ଲୋକେ ପସନ୍ଦ କରୁଛନ୍ତି । ବୌଦ୍ଧରେ ହୋଇଥିବା ମିଲେଟ କାଫେରେ ଲୋକଙ୍କ ଚାହିଦା ବଢୁଥିବା ବେଳେ ଭଲ ଦିପଇସା ରୋଜଗାର କରୁଛନ୍ତି ମହିଳା । ଅଧିକ ପଢନ୍ତୁ

millet cafe
millet cafe
author img

By

Published : Feb 23, 2023, 11:06 AM IST

Updated : Feb 23, 2023, 12:14 PM IST

millet cafe

ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଉଛି ମାଣ୍ଡିଆର ଚାହିଦା । ମାଣ୍ଡିଆରୁ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବା ସହିତ ଏଭଳି ଖାଦ୍ୟ ଯୋଗୁଁ ଅନ୍ୟମାନଙ୍କୁ ଆକର୍ଷିତ କରିପାରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବତନ୍ତ୍ର ପରିଚୟ ଦେଇଛି ମାଣ୍ଡିଆ । ବିଭିନ୍ନ ପାରମ୍ପରିକ ଖାଦ୍ୟ ଏହି ମାଣ୍ଡିଆରୁ ପ୍ରସ୍ତୁତ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମିଲେଟ ମିଶନକୁ ଗୁରୁତ୍ବର ସହିତ ନିଆଯାଇ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଚାଷୀଙ୍କୁ ସ୍ବତନ୍ତ୍ର ଭାବରେ ଉତ୍ସାହିତ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ମାଣ୍ଡିଆର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯାଇଛି ।

ମାଣ୍ଡିଆ ଭଳି ପୃଷ୍ଟିକର ପଦାର୍ଥର ବ୍ୟବହାର କରି ଅନେକ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇ ପାରୁଛି । ଜିଲ୍ଲାର ଏକମାତ୍ର ମିଲେଟ କାଫେ ପ୍ରଥମଥର ପାଇଁ ବୌଦ୍ଧର ରାମେଶ୍ୱର ମନ୍ଦିର ନିକଟରେ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଆରମ୍ଭ କରାଯାଇଛି । ଏହି କାଫେରେ ମାଣ୍ଡିଆରୁ ପ୍ରସ୍ତୁତ କାକରା, ଆରିସା, ଖିରି, ଚକୁଳି, କେକ, ମାଲପୁଆ, ଇଟିଲି, ବରା, ପକୁଡି, ବିସ୍କୁଟ, ମିକ୍ସର ଓ ବିଭିନ୍ନ ମୃଦୁ ପାନୀୟ ତଥା ସେକ ପ୍ରଭୃତି ପାରମ୍ପରିକ ଖାଦ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି ।

ପ୍ରତ୍ୟେକ ଦିନ ସକାଳୁ ଓ ସଂଧ୍ୟାରେ ଏସବୁ ପାରମ୍ପରିକ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । କାଫେକୁ ସଂଲଗ୍ନ ରାମେଶ୍ୱର ପରିବେଶ ପାର୍କରେ ପରିବାର ସହିତ ମାଣ୍ଡିଆ ଖାଦ୍ୟ ଓ ସ୍ବତନ୍ତ୍ର ଚଟଣୀର ନିଆରା ମଜା ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ମହିଳା ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏହି ମିଲେଟ ମିଶନରେ ଅଂଶୀଦାର ହୋଇ ବେଶ ଉତ୍ସାହିତ ଥିବା କହିଛନ୍ତି । ଘର ଖାଦ୍ୟ ଭଳି ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରି ମହିଳାମାନେ ବେଶ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରି ଥିବାରୁ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏଭଳି ସ୍ଥାନରେ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଖାଦ୍ୟ ପାଇପାରୁ ଥିବାରୁ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ମାଣ୍ଡିଆ ଭଳି ବୌଦ୍ଧ ଜିଲ୍ଲାରେ ଖଜୁରୀ ଓ ତାଳ ଗଛ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଉପଯୋଗ କରି ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ନାଏକପଡା ଓ ଚନ୍ଦନପୁର ଗ୍ରାମରେ ଖଜୁରୀ ରସରୁ ଗୁଡ ପ୍ରସ୍ତୁତ କରି ଚାଷୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରାଯାଇ ପାରିବା ଲକ୍ଷ୍ୟରେ ରାଜ୍ୟ ତାଳଗୁଡ ସମବାୟ ସଂଘ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଖଜୁରୀ ଗୁଡ କ୍ରୋନିକାଲ ଡିଜିଜ ଥିବା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଉପଯୋଗ ହୋଇ ପାରିବ ବୋଲି ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ, ପିଡି, ତାଳଗୁଡ ସଂସ୍ଥା ର ବରିଷ୍ଠ ଅଧିକାରୀ ମାନେ ଏସବୁ ସ୍ଥାନ ପରିଦର୍ଶନ କରିଥିବା ବେଳେ ଏହି ଗୁଡ ପ୍ରସ୍ତୁତ କରି ଅଞ୍ଚଳର ଚାଷୀ ଆର୍ଥିକ ସ୍ତରରେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 23, 2023, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.