ETV Bharat / state

ବୌଦ୍ଧ ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଘରବାହୁଡା ଆରମ୍ଭ

ବୌଦ୍ଧ ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଘରବାହୁଡା ଆରମ୍ଭ । ସ୍ବାସ୍ଥ୍ୟ ବିଭାଗ ଗାଡି ଯୋଗାଇ ନ ଦେବାରୁ ସଙ୍ଗରୋଧ ଗୃହକୁ ଚାଲି ଚାଲି ଗଲେ ଶ୍ରମିକ । ଅଧିକ ପଢନ୍ତୁ....

migrant labourers return their home by foot in boudha
ବୌଦ୍ଧ ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଘରବାହୁଡା ଆରମ୍ଭ
author img

By

Published : May 3, 2020, 8:52 PM IST

ବୌଦ୍ଧ: ଲକଡାଉନ ଆଉ ଦୁଇ ସପ୍ତାହ ବୃଦ୍ଧି ହୋଇଥିବା ବେଳେ ରାଜ୍ୟ ବାହାରର ଦାଦନ ଶ୍ରମିକଙ୍କ ଘରବାହୁଡା ଆରମ୍ଭ ହୋଇଛି । ରବିବାର ସକାଳୁ ଏକ ବସ ଯୋଗେ କୋଡିଏ ଜଣ ଶ୍ରମିକ ଜହ୍ନାପଙ୍କ ଠାରେ ପହଞ୍ଚି ଥିଲେ । ତିନୋଟି ପଞ୍ଚାୟତର ଏହି ଶ୍ରମିକ ମାନେ ସ୍ବାସ୍ଥ୍ୟ ବିଭାଗର ଗାଡି ନଥିବାରୁ ବାଧ୍ୟ ହୋଇ ଚାଲି ସଙ୍ଗରୋଧ ଗୃହକୁ ଯାଇଥିଲେ । ସେହିପରି ବୌଦ୍ଧ ଜିଲ୍ଲା ମଧ୍ୟକୁ ବାହାର ଜିଲ୍ଲାର ଶ୍ରମିକ ମାନେ ଚାଲି ଚାଲି ଆସୁଥିବାବେଳେ ସେମାନଙ୍କୁ ମଧ୍ୟ ଆମ୍ବୁଲାନ୍ସରେ ନିଆଯାଉନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଘରବାହୁଡା ଆରମ୍ଭ

ସେପଟେ ସ୍ବାସ୍ଥ୍ୟ ବିଭାଗ ସଂକ୍ରମଣକୁ ପ୍ରତିହତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି । ରବିବାର ସୁଦ୍ଧା ଜିଲ୍ଲାର ସମୁଦାୟ 252 ଜଣଙ୍କ ସ୍ବାବ ଟେଷ୍ଟ ପଠାଯାଇଥିବା ବେଳେ ସେଥିରୁ 179 ଜଣଙ୍କ ନେଗେଟିଭ ରିପୋର୍ଟ ମିଳିସାରିଛି । ତେବେ କୋରୋନାକୁ ନେଇ ଭୟର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.