ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ମାନସିକ ରୋଗୀ ଶୋଭା - Mentally challenged sobha

ଦୀର୍ଘ ପାଞ୍ଚ ବର୍ଷ ହେଲା ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି, ହେଲେ ମିଳିପାରୁନି ସରକାରୀ ସହାୟତା। ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶୋଭାଙ୍କ ଦୁଃଖ କାହାଣୀ। ଅଧିକ ଖବର ପଢନ୍ତୁ...

sobha waiting for government help
ସରକାରୀ ସହାୟତା ଅପେକ୍ଷାରେ ମାନସିକ ରୋଗୀ ଶୋଭା
author img

By

Published : Feb 1, 2020, 11:39 AM IST

ବୌଦ୍ଧ: ସରକାରୀ ସହାୟତା ଅପେକ୍ଷାରେ ମାନସିକ ଦିବ୍ୟାଙ୍ଗ ମହିଳା । ଦୀର୍ଘ ପାଞ୍ଚ ବର୍ଷ ହେଲା ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି, ହେଲେ ମିଳିପାରୁନି ସରକାରୀ ସହାୟତା। ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ ଅଫିସ, ଡାକ୍ତରଖାନାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ସବୁଠି କେବଳ ପ୍ରତିଶୃତି ହେଲେ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ କାମ।

ସରକାରୀ ସହାୟତା ଅପେକ୍ଷାରେ ମାନସିକ ରୋଗୀ ଶୋଭା

ଏ ଘଟଣା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ସାନଝାରମୁଣ୍ଡା ଗ୍ରାମର ଶୋଭାଗିନୀ(ଛଦ୍ମ ନାମ)ଙ୍କ ଦୁଃଖ କାହାଣୀ । ଶୋଭାଙ୍କ ସ୍ବାମୀ କାର୍ତ୍ତିକ ବାବା ଜଣେ ମହିମା ଧର୍ମାବଲମ୍ବୀ ହୋଇଥିବାରୁ ଅଧିକାଂଶ ସମୟ ଘରୁ ବାହାରେ ରହନ୍ତି ।

ପତ୍ନୀ ଶୋଭା ଦୀର୍ଘ ପ୍ରାୟ 5 ବର୍ଷ ତଳେ ଏକ ମାନସିକ ରୋଗରେ ପୀଡିତ ହୋଇଥିଲେ। ଘରେ ଯାହା କିଛି ଅର୍ଥ ରହିଥିଲା, ତାହା ଶୋଭାଙ୍କ ଚିକିତ୍ସାରେ ଶେଷ ହୋଇଗଲା । କିନ୍ତୁ ଶୋଭାଙ୍କ ମାନସିକ ରୋଗ ଭଲ ହେଲାନାହିଁ। ସେହି ଦିନ ଠାରୁ ପତ୍ନୀଙ୍କୁ ସାଙ୍ଗରେ ନେଇ କାର୍ତ୍ତିକ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓ ଡାକ୍ତରଖାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଛନ୍ତି। ଆଶା ତାଙ୍କର କେବଳ ଏକ ଭିନ୍ନକ୍ଷମ ସାର୍ଟିଫିକେଟ ଓ ସରକାରୀ ଭତ୍ତା ଟିକକ ପାଇଁ। ହେଲେ ସମସ୍ତଙ୍କୁ ଗୁହାରି କରି ଅସହାୟ ହୋଇପଡିଛନ୍ତି ଏହି ଦମ୍ପତ୍ତି ।

ଏ ସମ୍ପର୍କରେ ଇଟିଭି ଭାରତ ଠାରୁ ସୂଚନା ପାଇବା ପରେ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭାଙ୍କ ସାର୍ଟିଫିକେଟ ପ୍ରଦାନରେ ସବୁପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି। ସେପଟେ ସାର୍ଟିଫିକେଟ ମିଳିବା ପରେ ଆବଶ୍ୟକ ସରକାରୀ ସହାୟତା ମିଳିପାରିବ ବୋଲି ସାମାଜିକ ସୁରକ୍ଷା ବିଭାଗ ସୂଚନା ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମାନସିକ ଭିନ୍ନକ୍ଷମ ମହିଳା ଦୀର୍ଘ ପାଞ୍ଚ ବର୍ଷ ହେଲା ସରକାରୀ ସହାୟତା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଦୌଡି ଦୌଡି ନୟାନ୍ତ ହୋଇସାରିଲେଣି ।ହେଲେ ମିଳିପାରୁନି ସରକାରୀ ସହାୟତା ।
ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକ ଅଫିସ, ଡାକ୍ତରଖାନାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ସବୁଠିକୁ ଦୌଡି ଦୌଡି ଥକି ଗଲେଣି। ହେଲେ ସରକାରୀ ସହାୟତା ଟିକକ ଆଜି ଯାଏଁ ମିଳିପାରିନାହିଁ ।ଏହି ଘଟଣା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ସାନଝାରମୁଣ୍ଡା ଗ୍ରାମର ଶୋଭାଗିନୀ(ଛଦ୍ମ ନାମ)ଙ୍କ ଦୁଃଖ କାହାଣୀ ।ଶୋଭାଙ୍କ ସ୍ବାମୀ କାର୍ତ୍ତିକ ବାବା ଜଣେ ମହିମା ଧର୍ମାବଲମ୍ବୀ ହୋଇଥିବାରୁ ଅଧିକାଂଶ ସମୟ ଘରୁ ବାହାରେ ରହନ୍ତି ।ପତ୍ନୀ ଶୋଭା ଦୀର୍ଘ ପ୍ରାୟ ପାଞ୍ଚ ବର୍ଷ ତଳେ ଏକ ମାନସିକ ରୋଗରେ ପୀଡିତ ହୋଇ ପଡିଲେ ।ଶୋଭାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଘରେ ଯାହାକିଛି ଅର୍ଥ ସଞ୍ଚିତ ଥିଲା ସବୁକିଛି ଖାଲି ହୋଇଗଲା ।କିନ୍ତୁ ଶୋଭାଙ୍କ ମାନସିକ ରୋଗ ଭଲ ହେଲାନାହିଁ ।ସେହି ଦିନ ଠାରୁ ପତ୍ନୀ ଙ୍କୁ ସାଙ୍ଗରେ ନେଇ କାର୍ତ୍ତିକ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଓ ଡାକ୍ତରଖାନା ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଛନ୍ତି ।ଆଶା ତାଙ୍କର କେବଳ ଏକ ଭିନ୍ନକ୍ଷମ ସାର୍ଟିଫିକେଟ ଓ ସରକାରୀ ଭତ୍ତା ଟିକକ ପାଇଁ ।ହେଲେ ସମସ୍ତଙ୍କୁ ଗୁହାରୀ କରି ମଧ୍ୟ ଅସହାୟ ହୋଇପଡିଛନ୍ତି ଏହି ଦମ୍ପତ୍ତି ।ଏ ସମ୍ପର୍କରେ ଈଟିଭି ଭାରତ ଠାରୁ ସୂଚନା ପାଇବା ପରେ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭାଙ୍କ ସାର୍ଟିଫିକେଟ ପ୍ରଦାନ ରେ ସବୁପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ।ସେପଟେ ସାର୍ଟିଫିକେଟ ମିଳିବା ପରେ ଆବଶ୍ୟକ ସରକାରୀ ସହାୟତା ମିଳିପାରିବ ବୋଲି ସାମାଜିକ ସୁରକ୍ଷା ବିଭାଗ ସୂଚନା ଦେଇଛି ।

Body:ସରକାରୀ ସହାୟତା ଅପେକ୍ଷା ରେ ମାନସିକ ଭିନ୍ନକ୍ଷମ ଶୋଭା ।

Conclusion:ବାଇଟ-୧-କାର୍ତ୍ତିକ ବାବା,ଶୋଭା ଙ୍କ ସ୍ବାମୀ
ବାଇଟ-୨-ଶ୍ରୀବତ୍ସ କୁମ୍ଭାର, ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.