ETV Bharat / state

ଠକିଦେଲେ ସରକାର ! ଆରମ୍ଭ ହୋଇପାରୁନି ମେଗା ଜଳସେଚନ ପ୍ରକଳ୍ପ କାମ

author img

By

Published : Sep 25, 2022, 6:20 PM IST

୧୦ବର୍ଷ ପୂର୍ବରୁ ଧଳପୁର, ସାମ୍ପୋଚ, ରାମଗଡ ଓ ତିରଡ ଠାରେ ୪ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ଦୁର୍ଭାଗ୍ୟର କଥା କାମ ଶେଷ କରିବା ତ ଦୂରର କଥା ଗୋଟିଏ ମେଗା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନାହିଁ । ଏହାକୁ ନେଇ ଆଗାମୀ ଦିନରେ ଦୃଢ ଜବାବ ଦିଆଯିବ ବୋଲି କହିଛନ୍ତି ସ୍ବେଚ୍ଛାସେବୀ । ଅଧିକ ପଢନ୍ତୁ

ଠକିଦେଲେ ସରକାର ! ଆରମ୍ଭ ହୋଇପାରୁନି ମେଗା ଜଳସେଚନ ପ୍ରକଳ୍ପ କାମ
ଠକିଦେଲେ ସରକାର ! ଆରମ୍ଭ ହୋଇପାରୁନି ମେଗା ଜଳସେଚନ ପ୍ରକଳ୍ପ କାମ

ବୌଦ୍ଧ: କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା । ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଉଛି କିନ୍ତୁ ହୋଇପାରୁନି କାର୍ଯ୍ୟକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ରହିନଥିବାବେଳେ, ମେଗା ଜଳସେଚନ ପ୍ରକଳ୍ପ ମଧ୍ୟ କାମରେ ଆସୁନାହିଁ । ସେପଟେ ନିର୍ମାଣ ହୋଇଥିବା ଏକମାତ୍ର ପ୍ରକଳ୍ପ ମଧ୍ୟ ଚଳିତ ବନ୍ୟାରେ ଗଭୀର କ୍ଷୟକ୍ଷତି ହୋଇଛି ।

ଆରମ୍ଭ ହୋଇପାରୁନି ମେଗା ଜଳସେଚନ ପ୍ରକଳ୍ପ କାମ

ମହାନଦୀ କୂଳରେ ଅବସ୍ଥିତ ବ୍ଲକର ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ମେଗା ସେଚ ପ୍ରକଳ୍ପ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ତାହା ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡିରହିଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଅଧିକାଂଶ ଅଞ୍ଚଳ ମହାନଦୀ ପାଇଁ ଦୁଃଖ ପାଲଟିଛି । ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ଆସି ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହିତ ଚାଷବାସ କାର୍ଯ୍ୟରେ ମଧ୍ୟ କ୍ଷତି ଘଟାଇଥାଏ । ଆଉ ଯେଉଁ ବର୍ଷ ବନ୍ୟା ନହୁଏ ତେବେ ଉତ୍କଟ ମରୁଡି ପରିସ୍ଥିତି ସୃଷ୍ଟି ହୁଏ ।

ଫଳରେ ଉଭୟ ଦୃଷ୍ଟିରୁ ମହାନଦୀ ତଳିଆ ଅଞ୍ଚଳର ଅଧିବାସୀ ଚାଷକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ହରଭଙ୍ଗା ବ୍ଲକର ଧଳପୁର, ସାମ୍ପୋଚ, ରାମଗଡ ଓ ତିରଡ ଠାରେ ମହାନଦୀରୁ ପାର୍ବତୀ ଗିରି ମେଗା ଜଳସେଚନର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କେବଳ ତିରଡ ସ୍କିମକୁ ଛାଡି ଅନ୍ୟ ତିନି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଗଲା । ତେବେ ବର୍ତ୍ତମାନ ପୁଣିଥରେ ସରକାର ଓଡ଼ିଶାର ବିଭିନ୍ନ ନଦୀରେ ଚାଳିଶ ଗୋଟି ନୂତନ ମେଗା ସେଚ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାବେଳେ, ବୌଦ୍ଧ ଜିଲ୍ଲା ଭାଗରେ ଗୋଟିଏ ମଧ୍ୟ ପଡିଲା ନାହିଁ । ତେଣୁ ପୁଣିଥରେ ହରଭଙ୍ଗା ବ୍ଲକବାସୀଙ୍କୁ ସରକାର ପ୍ରତାରିତ କରିଥିବା ଅଞ୍ଚଳର ଚାଷୀ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ପୁନର୍ବିଚାର ନକଲେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚାଷୀଙ୍କ କାମରେ ଆସୁନି ରାଜ୍ୟର ପ୍ରଥମ ମେଗା ଜଳସେଚନ ପ୍ରକଳ୍ପ

ଏନେଇ ଧଳପୁର ସ୍ବେଚ୍ଛାସେବୀ କହିଛନ୍ତି ଯେ, "ବୌଦ୍ଧ ଜିଲ୍ଲାର ଚାଷୀଙ୍କୁ ଅଧିକ ଭାବେ ଉପେକ୍ଷା କରିଛନ୍ତି ସରକାର । ୧୦ବର୍ଷ ପୂର୍ବରୁ ଧଳପୁର, ସାମ୍ପୋଚ, ରାମଗଡ ଓ ତିରଡ ଠାରେ ୪ ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ଦୁର୍ଭାଗ୍ୟର କଥା କାମ ଶେଷ କରିବା ତ ଦୂରର କଥା ଗୋଟିଏ ଉଠା ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ । ତିରଡ ଠାରେ ଯେଉଁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା ତାହା ଚଳିତ ବର୍ଷ ବନ୍ୟାରେ ଧୋଇଯିବାକୁ ବସିଛି ।"

ସ୍ଥାନୀୟ ବାସିନ୍ଦା ଆହୁରି ମଧ୍ୟ କହିଛନ୍ତି ଯେ, "ଅନ୍ୟ ୩ ଟିପ୍ରକଳ୍ପ ଦ୍ବାରା ୮ ହଜାର ସେକ୍ଟର ଜମିରେ ଜଳଯୋଗାଣ ହେବ ବୋଲି ସରକାର ଆକଳନ କରିଥିଲେ । ଏହା ସହ ଦେଢ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ ମଧ୍ୟ କରିଥିଲେ । କିନ୍ତୁ ସେହି ପ୍ରକଳ୍ପ ଆଜି ଯାଏଁ ମଧ୍ୟ ଆରମ୍ଭ ହୋଇପାରିଲା ନାହିଁ । ହରଭଙ୍ଗା ବ୍ଲକପ୍ରତି ରହିଥିବା ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଆଗାମୀ ଦିନରେ ଦୃଢ ଜବାବ ଦିଆଯିବ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.