ETV Bharat / state

କୋରୋନା କଟକଣା ସାଜିଲା ବରଦାନ, ବିନା ଯୌତୁକରେ ବିବାହ ସମ୍ପନ୍ନ - marriage completed with out dowry

ବିନା ବରଯାତ୍ରୀ ଆଉ ଯୌତୁକରେ ହେଲା ବାହାଘର । ନା ଦେବାକୁ ପଡିଲା ଭୋଜି ଭାତ ନା କୌଣସି ଯାକଯମକ । ଏସବୁ ଭିତରେ ସମ୍ଭବ ହେଲା ବାହାଘର । ବିବାହ ପାଇଁ ଆର୍ଥିକ ସମସ୍ୟା ଦୀର୍ଘଦିନରୁ ଲାଗି ରହିଥିବାବେଳେ କୋରୋନା ଯୋଗୁଁ ଏହା ସମ୍ଭବ ହୋଇଛି ।

କୋରୋନା କଟକଣା ହେଲା ବରଦାନ, ଯୌତୁକ ବିହୀନ ବିବାହ ସମ୍ପନ୍ନ

author img

By

Published : Nov 5, 2020, 9:20 AM IST

ବୌଦ୍ଧ:ବିନା ଯୌତୁକ, ବିନା ବରଯାତ୍ରୀରେ ସମାପନ ହେଲା ବିବାହ ଉତ୍ସବ । ବର କନ୍ୟାଙ୍କ ପାଇଁ ଆର୍ଥିକ ସମସ୍ୟା ଓ ବୟସ ସମସ୍ୟା ସୃଷ୍ଟି ହେଉଥିବାବେଳେ କୋରୋନା କଟକଣା ନବ ଦମ୍ପତିଙ୍କ ପାଇଁ ହେଲା ବରଦାନ । ଦୀର୍ଘ ଦିନର ଥିବା ସମ୍ପର୍କ ଆର୍ଥିକ ସମସ୍ୟା ଯୋଗୁଁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇପାରୁ ନଥିଲେ । ଶେଷରେ ଏହି ସୁଯୋଗ ଆଣିଦେଲା କୋରୋନା କଟକଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।

କୋରୋନା କଟକଣା ହେଲା ବରଦାନ, ଯୌତୁକ ବିହୀନ ବିବାହ ସମ୍ପନ୍ନ

ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଗ୍ରାମର ମାନସ ସିଂ ଓ ଦହ୍ୟା ନିକଟସ୍ଥ ଖଇରମାଳ ଗ୍ରାମର ଚୁମକୀ ଉଭୟ ଉଭୟଙ୍କୁ ପସନ୍ଦ କରୁଥିଲେ । କିନ୍ତୁ ଉଭୟଙ୍କ ପାଇଁ ଅର୍ଥ ବଡ ସମସ୍ୟା ହୋଇ ରହିଥିଲା । ଏପରି ଭାବରେ ଉଭୟଙ୍କ ବୟସ ମଧ୍ୟ ଗଡି ଚାଲିଥିଲା । ଶେଷରେ ବର୍ତ୍ତମାନ କୋରୋନା କଟକଣା ଉଭୟଙ୍କ ପାଇଁ ବରଦାନ ହୋଇଛି । ତାଙ୍କ ସମସ୍ୟାକୁ ବୁଝିପାରି ବୌଦ୍ଧ ଯୁବ ଡୁମାଳ ପରିଷଦ ସେମାନଙ୍କୁ ସହାୟତାର ହାତ ବଢାଇଥିଲା ।

ଫଳରେ ବୁଧବାର ଉଭୟେ ବୌଦ୍ଧ ରାଜବାଟୀସ୍ଥିତ ମାହେଶ୍ବରୀ ପୀଠରେ ଅତ୍ୟନ୍ତ ନିରାଡମ୍ବର ତଥା କୋରୋନା କଟକଣା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆର୍ଥିକ ସମସ୍ୟା ଯୋଗୁଁ ବିବାହ କରିପାରୁ ନଥିବା ଏଭଳି ବର କନ୍ୟାଙ୍କୁ ଆଗାମୀ ଦିନରେ ମଧ୍ୟ ଏଭଳି ସହଯୋଗ ଯୋଗାଇ ଦିଆଯିବ ବୋଲି ଡୁମାଳ ପରିଷଦ ପକ୍ଷରୁ କୁହାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.