ETV Bharat / state

ସୁଦୃଢ ହେବ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା, ପ୍ରଶାସନର ଉଦ୍ୟମ ଆରମ୍ଭ - ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷାବ୍ୟବସ୍ଥା

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସମସ୍ୟା। ସମାଧାନ ପାଇଁ ପ୍ରଶାସନର ଉଦ୍ୟମ ଆରମ୍ଭ। ଅଧିକ ପଢନ୍ତୁ

boudh panchayat college
boudh panchayat college
author img

By

Published : Jun 16, 2023, 12:55 PM IST

boudh panchayat college

ବୌଦ୍ଧ: ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ଯାହା ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରୁ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି । ବୌଦ୍ଧର ପ୍ରଥମ କଲେଜରେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟଜନକ ଥିବାରୁ ନାଗରିକ କମିଟି ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଥିଲା । ଦାବି ମୁତାବକ ଗୁରୁବାର ଜିଲ୍ଲା ପ୍ରଶାସନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ନିମନ୍ତେ ଉଦ୍ୟମ ଆରମ୍ଭ କରିଛି । କଲେଜରେ ଯୁକ୍ତ ଦୁଇ କୋର୍ସରେ ବିସିଏ, ଡିସିଏ, ଆଇଟି ଖୋଲିବା ସହିତ ପିଜି ପାଠ୍ୟକ୍ରମ ଖୋଲିବାକୁ ଆବେଦନ ନିମନ୍ତେ ପ୍ରଚେଷ୍ଟା କରାଯିବାକୁ ସହମତି ପ୍ରକାଶ ପାଇଛି ।

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଏବେ ବ୍ୟାପକ ସମସ୍ୟାରେ ଛନ୍ଦି ହୋଇ ରହିଛି । ଉନ୍ନତ ମାନ ଶିକ୍ଷା ପ୍ରଦାନ କରାଯାଉନଥିବାରୁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ନୈରାଶ୍ୟ ଜନକ ରହିଥିଲା । ଏହାକୁ ନେଇ ବୌଦ୍ଧ ନାଗରିକ କମିଟି ପକ୍ଷରୁ ଗତ ସପ୍ତାହରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି କରାଯାଇଥିଲା । ଯାହାକୁ ନେଇ ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏକ ବୈଠକ ଡକାଯାଇଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଉଭୟ ନାଗରିକ କମିଟିର ପ୍ରତିନିଧିମାନେ ଓ କଲେଜ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ।

ବୌଦ୍ଧ ପଞ୍ଚାୟତ କଲେଜ 1978 ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇନାହିଁ । ଦୀର୍ଘ ଦିନ ହେଲା କଲେଜ ପରିଚାଳନା କମିଟି ଗଠନ ହୋଇ ନଥିବା ବେଳେ କଲେଜରେ ଶିକ୍ଷା ଦାନ କୁନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇ ଆସୁଛି । କଲେଜରେ ଥିବା କମ୍ପ୍ୟୁଟର ଲାବ୍‌ରେ 40ଟି କମ୍ପ୍ୟୁଟର ଖତ ଖାଉଥିବା ବେଳେ ଅନେକ ବିଭାଗର ଅଧ୍ୟାପକ ନାହାନ୍ତି । କଲେଜରେ ଶିକ୍ଷା ଦାନ ଅପେକ୍ଷା ରାଜନୀତି ଅଧିକ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ।

ବୈଠକରେ କଲେଜର ସମସ୍ୟାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇ ଏହାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । କଲେଜରେ ଯୁକ୍ତ ଦୁଇ କୋର୍ସରେ ବିସିଏ,ଡିସିଏ, ଆଇଟି ଖୋଲିବା ସହିତ ପିଜି ପାଠ୍ୟକ୍ରମ ଖୋଲିବାକୁ ଆବେଦନ ନିମନ୍ତେ ପ୍ରଚେଷ୍ଟା କରାଯିବାକୁ ସହମତି ପ୍ରକାଶ ପାଇଥିଲା । ଦୀର୍ଘ ଦିନ ହେଲା କଲେଜ କର୍ତ୍ତୃପକ୍ଷ ଓ ଅବିଭାବକଙ୍କ ବୈଠକର ଆୟୋଜନ ହୋଇ ନଥିବାରୁ ସେନେଇ ମଧ୍ୟ ନାଗରିକ କମିଟି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଆଲୋଚନା ଏକ ପ୍ରକାର ସଫଳତା ପୂର୍ଣ୍ଣ ହୋଇଥିବା ନାଗରିକ କମିଟିର ସଂପାଦକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.