ETV Bharat / state

ଏମିତି ଚାଲିଛି ଅଙ୍ଗନବାଡି କେନ୍ଦ୍ର: କେଉଁଠି ଘର ନାହିଁ ତ କେଉଁଠି ଦିଦି ନାହାନ୍ତି

author img

By

Published : Sep 1, 2022, 11:53 AM IST

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର । କେଉଁଠି ଅଙ୍ଗନବାଡି ଗୃହ ଥାଇ ମଧ୍ୟ ଦିଦି ନଥିବା ବେଳେ କେଉଁଠି କୁନି କୁନି ଛାତ୍ରଛାତ୍ରୀ ଗାଁର ପିଣ୍ଡାକୁ ପିଣ୍ଡା ଡେଇଁ ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ବୈଦ୍ଧ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ସମସ୍ୟା ଘେରରେ ବୌଦ୍ଧ ଅଙ୍ଗନବାଡି କେନ୍ଦ୍ର
ସମସ୍ୟା ଘେରରେ ବୌଦ୍ଧ ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । କେଉଁଠି ଅଙ୍ଗନବାଡି ଗୃହ ନାହିଁ ତ ପୁଣି କେଉଁଠି ଘର ଥାଇ ମଧ୍ୟ ଅଙ୍ଗନବାଡି ଦିଦି ନାହାନ୍ତି । ଜିଲ୍ଲାର ତିନୋଟି ବ୍ଲକରେ ସମୁଦାୟ 727 ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି । ତେବେ ଆଶ୍ଚର୍ଯ୍ୟର କଥା ଅନେକ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅତଳସରା, ଚାରିଛକ କେନ୍ଦ୍ରରେ ବିବାଦ ଲାଗି ରହିଥିବା ବେଳେ ଆମ୍ବଝରୀ ପଞ୍ଚାୟତ ଦେବନ୍ଧ ଅଙ୍ଗନବାଡି କେନ୍ଦ୍ରକୁ ଦିଦି କିମ୍ବା ଛାତ୍ରଛାତ୍ରୀ ଠିକରେ ଆସୁନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ସମସ୍ୟା ଘେରରେ ବୌଦ୍ଧ ଅଙ୍ଗନବାଡି କେନ୍ଦ୍ର

ମଲ୍ଲିକପଡାର କେନ୍ଦ୍ରକୁ ଛାତ୍ରଛାତ୍ରୀ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । କେତେକ ସ୍ଥାନରେ ଶିଶୁ ଓ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଗୋଖାଦ୍ୟ ପ୍ରସ୍ତୁତ ପାଇଁ କମ ଦରରେ କିଣାବିକା ହେଉଥିବା ଜଣାପଡିଛି । ଅନ୍ୟପଟେ ଶଗଡା ପଞ୍ଚାୟତ ଝାଙ୍କରପଡା ଠାରେ ଅଙ୍ଗନବାଡି ଗୃହ ବିବାଦ ଯୋଗୁଁ ଗୃହ ନିର୍ମାଣ ଅଧପନ୍ତରିଆ ହୋଇପଡିରହିଛି । ତେଣୁ ଅଙ୍ଗନବାଡିର କୁନିକୁନି ଛାତ୍ରଛାତ୍ରୀ ଗାଁର ପିଣ୍ଡାକୁ ପିଣ୍ଡା ଡେଇଁ ନଚେତ୍‌ ଗାଈ ଗୁହାଳରେ ବସି ପାଠ ପଢୁଛନ୍ତି । ଏବେ ଅଧିକାଶଂ ସମୟରେ ବର୍ଷା ହେଉଥିବାରୁ ପିଲାମାନେ ଅଙ୍ଗନବାଡି ସହାୟିକାଙ୍କ ଚାଳଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି ।

ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଥିଲେ ମଧ୍ୟ ସମସ୍ତେ ଯେପରି ଜାଣି ମଧ୍ୟ ଚୁପ ବସି ରହିଛନ୍ତି । ଗୋଟେପଟେ ସରକାର ପିଲା ମାନଙ୍କୁ ବିଦ୍ୟାଳୟରେ କିଭଳି ଉନ୍ନତମାନର ଶିକ୍ଷା ଦିଆଯାଇପାରିବ ବୋଲି ସମସ୍ତ ଚେଷ୍ଟା କରୁଥିବା ବେଳେ ଏଠି କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଛି । ଯାହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି । ନଚେତ୍‌ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.