ETV Bharat / state

ମହାନଦୀ ଜଳଯୋଗାଣାକୁ ବିରୋଧ, ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

author img

By

Published : Jul 29, 2022, 2:25 PM IST

ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀ ଜଳକୁ ପଡ଼ୋଶୀ ଜିଲ୍ଲାକୁ ଜଳଯୋଗାଣ ବ୍ୟବସ୍ଥାକୁ ବିରୋଧ । ଜନ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

mahanadi water supply issue in boudh
ମହାନଦୀ ଜଳଯୋଗାଣାକୁ ବିରୋଧ, ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ବୌଦ୍ଧ: ମହାନଦୀର ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ଅନେକ ଯୋଜନା । କିନ୍ତୁ ବିଭିନ୍ନ କାରଣରୁ ମହାନଦୀ ଏବେ ସଂକଟରେ । ଯାହାର ସିଧାସଳଖ ପ୍ରଭାବ ବୌଦ୍ଧ ଜିଲ୍ଲାରେ ପଡ଼ିଛି । ଅନ୍ୟ ଜିଲ୍ଲାକୁ ଜଳଯୋଗାଣକୁ ବିରୋଧ କରି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳର ମଣିଭଦ୍ରା ପ୍ରତିରୋଧ ସଂଗ୍ରାମ ସମିତି(Manibhadra Pratirodh Sangram Samiti) ପକ୍ଷରୁ ଜନ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ବୌଦ୍ଧ ଜିଲ୍ଲା ଦେଇ 100 କିଲୋମିଟରରୁ ଉର୍ଦ୍ଧ୍ବ ମହାନଦୀ ପ୍ରବାହିତ ହୋଇଛି । କିନ୍ତୁ ମହାନଦୀ ନିକଟବର୍ତ୍ତୀ ଅଞ୍ଚଳ ହରଭଙ୍ଗା ବ୍ଲକରେ ବାରମ୍ବାର ଜଳ ସମସ୍ୟା ଘଟଣା ସାମ୍ନାକୁ ଆସିଛି ।

ମହାନଦୀ ଜଳଯୋଗାଣାକୁ ବିରୋଧ

ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରଥମେ ଜଳସେଚନ ପାଇଁ ଧଳପୁର, ସାମ୍ପୋଚ, ରାମଗଡ ଓ ତିରଡଠାରେ ମେଗା ଜଳସେଚନ ପ୍ରକଳ୍ପର ପ୍ରସ୍ତାବ ରଖିଥିଲେ । ତେବେ ବର୍ତ୍ତମାନ କେବଳ ତିରଡ ବ୍ୟତୀତ ଅନ୍ୟ ତିନୋଟି ପ୍ରକଳ୍ପ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ସେହିପରି ଗତ ବର୍ଷ ହରଭଙ୍ଗା ବ୍ଲକର ଘରେଘରେ ପାନୀୟଜଳ ଯୋଗାଣ ପାଇଁ ସରକାର ସାତକୋଶିଆ ଗଣ୍ଡର ଉପରମୁଣ୍ଡ ପାଣିଘରାଠାରେ ମେଗା ପ୍ରକଳ୍ପ ପ୍ରସ୍ତାବ ରଖିଲେ । କିନ୍ତୁ ଉକ୍ତ ପାଣିକୁ ପଡୋଶୀ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳକୁ ଜଳଯୋଗାଣ ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଛି ।

ହରଭଙ୍ଗା ଅଞ୍ଚଳର ମଣିଭଦ୍ରା ପ୍ରତିରୋଧ ସଂଗ୍ରାମ ସମିତି ମହାନଦୀର ପାଣି ଉପରେ ବୌଦ୍ଧ ଜିଲ୍ଲାର ସମ୍ପୂର୍ଣ୍ଣ ଅଧିକାର ଥିବା ତଥା ଜଳସେଚନ ଓ ପାନୀୟଜଳ ସହିତ ସାତକୋଶିଆର ଜୈବ ବିବିଧତାକୁ ଲକ୍ଷ୍ୟରେ ରଖି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି । ଏଥିସହ ଅନ୍ୟ ଜିଲ୍ଲାକୁ ମହାନଦୀରୁ ଜଳଯୋଗାଣ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ସରକାର ଓ ପ୍ରଶାସନ ତୁରନ୍ତ ବିଚାର ନକଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.