ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ପୋଷ୍ଟ ଅଫିସ କର୍ଯ୍ୟାଳୟ ଭଡା ଘରେ ଚାଲିଛି । ପୋଷ୍ଟ ଅଫିସ ପାଇଁ ଜାଗା ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜସ୍ବ ଗୃହ ନାହିଁ ।
କେନ୍ଦ୍ର ସରକାରଙ୍କ ଅଧିନରେ ଏକ ପ୍ରମୁଖ ବିଭାଗ ହେଉଛି ଡାକ ବିଭାଗ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଡାକଘର ବ୍ରିଟିଶ ଶାସନ କାଳରୁ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଅଫିସ ଚାଲି ଆସୁଅଛି । ମନମୁଣ୍ଡା ଡାକ କାର୍ଯ୍ୟାଳୟ ନିମନ୍ତେ ଦୀର୍ଘ ବାଇଶି ବର୍ଷ ତଳେ ଡାକ୍ତରଖାନାର ସମ୍ମୁଖରେ ଥିବା ପ୍ଲଟ ନମ୍ବର ୩୨୬ ରେ ଦଶ ଡେସିମିଲ ସ୍ଥାନ ସଂରକ୍ଷିତ ରହିଛି । କିନ୍ତୁ ପର୍ଯ୍ୟାପ୍ତ ଜାଗା ଡାକ ବିଭାଗର ରହିଥିଲେ ମଧ୍ୟ ଏକ ଭଡା ଘରେ ଅଫିସ କାର୍ଯ୍ୟ ଦୀର୍ଘବର୍ଷରୁ ଚାଲିଛି ।
ବର୍ତ୍ତମାନ ଚାଲିଥିବା ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ଉପଯୁକ୍ତ ସ୍ଥାନ ଅଭାବ ସାଙ୍ଗକୁ ସୁରକ୍ଷା ଦୃଷ୍ଟିରୁ ଏହାର ନିଜସ୍ବ ସ୍ଥାୟୀ କୋଠା ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷରୁ ଦାବି କରି ଆସୁଛନ୍ତି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ