ETV Bharat / state

ଝଡାଫୁଙ୍କାରେ ଜୀବନ ବଞ୍ଚାଉଥିଲେ, ନିଜେ ସର୍ପାଘାତରେ ପ୍ରାଣ ହରାଇଲେ - ଯୁବକଙ୍କ ସର୍ପାଘାତରେ ମୃତ୍ୟୁ

ବୌଦ୍ଧ ଜିଲ୍ଲାରେ ଅଭାବନୀୟ ଘଟଣା । ଏଠାରେ ଝଡାଫୁଙ୍କାର ସହାରା ନେଇ ଲୋକଙ୍କୁ ସର୍ପାଘାତରୁ ବଞ୍ଚାଉଥିବା ବ୍ୟକ୍ତି ନିଜେ ସାପ କାମୁଡାରେ ପ୍ରାଣ ହରାଇଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

man died after snake bite
man died after snake bite
author img

By

Published : Aug 10, 2020, 10:10 PM IST

ବୌଦ୍ଧ: ସର୍ପାଘାତରୁ ଲୋକଙ୍କୁ ଝଡା ଫୁଙ୍କା ଦ୍ବାରା ସୁସ୍ଥ କରୁଥିବା ଯୁବକ ନିଜେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବୀରନରସିଂପୁର ପଞ୍ଚାୟତର ହାଟଗାଁବାସୀ ନିରଞ୍ଜନ ମେଣ୍ଡଲୀ ବହୁବାର ସାପ କାମୁଡିଥିବା ଲୋକଙ୍କୁ ଝଡା ଫୁଙ୍କା ଦ୍ବାରା ଭଲ କରୁଥିଲେ । କିନ୍ତୁ ରବିବାର ରାତିରେ ଏକ ଚିତି ସାପ ନିରଞ୍ଜନଙ୍କୁ ଦୁଇଥର କାମୁଡିଥିଲା ।

ଯୁବକଙ୍କ ସର୍ପାଘାତରେ ମୃତ୍ୟୁ

ଘଟଣାରେ ନିଜେ ନିରଞ୍ଜନ କିମ୍ବା ତାଙ୍କ ସମ୍ପର୍କୀୟ ତାଙ୍କୁ ଡାକ୍ତରଖାନାକୁ ନଆଣି ଝଡାଫୁଙ୍କା ଓ ତନ୍ତ୍ରମନ୍ତ୍ରର ସହାୟତା ନେଇଥିଲେ । ଫଳରେ ଚିକିତ୍ସାରେ ଅହେତୁକ ବିଳମ୍ବ ଘଟିଥିଲା ଓ ଶେଷରେ ନିରଞ୍ଜନଙ୍କ ମୃତ୍ୟୁ ଘଟିଲା । ତେବେ ଅତ୍ୟନ୍ତ ଗରିବ ପରିବାରର ମୁଖ୍ୟଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ଏହି ଘଟଣାରେ କିଛି ବୁଦ୍ଧିଜୀବୀ, ଲୋକଙ୍କୁ ତନ୍ତ୍ରମନ୍ତ୍ର ତଥା ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.