ETV Bharat / state

କଟକଣାରେ ଫିକା ସିଦ୍ଧ ହନୁମାନ ମନ୍ଦିର ମକର ମେଳା

author img

By

Published : Jan 14, 2022, 8:19 PM IST

ବୌଦ୍ଧରେ କୋରୋନା କଟକଣା ଯୋଗୁଁ ଫିକା ପଡ଼ିଛି ଚଳିତ ବର୍ଷର ମକର ସଂକ୍ରାନ୍ତି । ଅଧିକ ପଢନ୍ତୁ

କୋରୋନା କଟକଣାରେ ଫିକା ସିଦ୍ଧ ହନୁମାନ ମନ୍ଦିରର ମକର ମେଳା

ବୌଦ୍ଧ: କୋରୋନା କଟକଣା ଯୋଗୁଁ ଜିଲ୍ଲାରେ ଫିକା ପଡି଼ଲା ମକର ସଂକ୍ରାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମକର ସଂକ୍ରାନ୍ତି ପାଇଁ ଜିଲ୍ଲାର ସମସ୍ତ ମଠ ମନ୍ଦିର ତଥା ଧାର୍ମିକ ପୀଠ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କଟକଣା ଯୋଗୁଁ ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ, ସ୍ଥାନ ଗୁଡିକ ଫାଙ୍କା ପଡିଥିବା ଦେଖିବାକୁ ମିଳିଛି ।

ମହାନଦୀ ଗର୍ଭରେ ଅବସ୍ଥିତ ପ୍ରାୟ ଶହେ ବର୍ଷର ସିଦ୍ଧ ହନୁମାନ ପୀଠରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଧୁମଧାମରେ ପାଳନ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଖାଲି ପଡିଥିଲା । ଜିଲ୍ଲାର ପ୍ରସିଦ୍ଧ ପଲସାଗୋରାର ମକର ମେଳା ଗତ ୨ ବର୍ଷ ହେଲା ବନ୍ଦ ରହିଥିବା ବେଳେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହନୁମାନ ପୀଠରେ ମଧ୍ୟ କଟକଣା କାରଣରୁ ଅଳ୍ପ ଶ୍ରଦ୍ଧାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ ।

ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏହି ପବିତ୍ର ପୀଠର ସ୍ବତନ୍ତ୍ର ସ୍ଥାନ ରହିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଏନେଇ କୌଣସି ଆନ୍ତରିକତା ପ୍ରଦର୍ଶନ କରୁନାହିଁ । ଉଭୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଧାର୍ମିକ ଦୃଷ୍ଟି କୋଣରୁ ଏହି ସ୍ଥାନ ବର୍ଷ ତମାମ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ । ତେବେ ଚଳିତ ବର୍ଷ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ଏହି ପୀଠରେ କେବଳ ଔପଚାରିକତା ଦୃଷ୍ଟିରୁ ପୂଜାର୍ଚ୍ଚନା କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.