ବୌଦ୍ଧ: ମୃତ୍ୟୁ ପରେ ସରକାର ଯୋଗାଇ ଥିବା ମହାପରାୟଣ ଗାଡି ମିଳିଲାନି । ଏନେଇ ସମ୍ପର୍କୀୟ ଗୁହାରି କରି ବିଫଳ ହେବା ପରେ ନିଜ ଚେଷ୍ଟାରେ ବହୁ କଷ୍ଟ କରି ମୃତଦେହକୁ ଗାଁକୁ ନେଇଥିଲେ । ଏଭଳି ଘଟଣା ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଘଟିଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶଙ୍କୁଳେଇ ପଞ୍ଚାୟତ ବିଶିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା ।
ତେଣୁ ତାଙ୍କ ମୃତଦେହକୁ ନେବାପାଇଁ ମୃତକଙ୍କ ସମ୍ପର୍କୀୟ ମହାପରାୟଣ ଗାଡିକୁ ଯୋଗାଯୋଗ ପାଇଁ ଗୁହାରୀ କରିଥିଲେ । ମାତ୍ର କିଭଳି ତାଙ୍କୁ ଉକ୍ତ ସେବାରୁ ବଞ୍ଚିତ କରାଯାଇଥିଲା ସେ ସମ୍ପର୍କରେ ଖୋଦ ସମ୍ପର୍କୀୟ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।
ଦୁଇ ବର୍ଷ ତଳେ 5‘ଟି’ ସଚିବ ବୌଦ୍ଧ ଡାକ୍ତରଖାନା ଗସ୍ତ କରି ବିଶେଷ ଭାବରେ ସ୍ବାସ୍ଥ୍ୟ ସେବା ଓ ମହାପରାୟଣ ଯୋଜନାକୁ ନେଇ କଡା ତାଗିଦ କରିଥିଲେ । ମାତ୍ର ମେଡିକାଲ କର୍ତ୍ତୃପକ୍ଷଙ୍କ ବାରମ୍ବାର ଏଭଳି ଖାମଖିଆଲି ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ