ETV Bharat / state

ମହାନଦୀର ସୁରକ୍ଷା ପାଇଁ ମହାଆଳତୀ

ମାଘ ପୂର୍ଣ୍ଣିମା ପାଇଁ ମହାନଦୀରେ ଅନୁଷ୍ଠିତ ହେଲା ମହାଆଳତୀ । ମହାନଦୀର ସୁରକ୍ଷା ଓ ସ୍ବଚ୍ଛତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ପଢନ୍ତୁ

author img

By

Published : Feb 6, 2023, 11:44 AM IST

Etv Bharat
Etv Bharat
ମହାନଦୀରେ ମହାଆଳତୀ

ବୌଦ୍ଧ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ମହାନଦୀରେ ଅନୁଷ୍ଠିତ ହୋଇଯାଇଛି ମହାଆଳତୀ । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏହି ଆଳତୀ କରାଯାଇଛି । ଏଥିସହ ଚନ୍ଦ୍ରଚୂଡ଼ ମନ୍ଦିର ନିକଟସ୍ଥ ଐତିହାସିକ ଚିରଘାଟରେ ରୁଦ୍ରାଭିଷେକ ପୂଜନ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପଣ୍ଡିତମାନେ ମନ୍ତ୍ର ଉଚ୍ଚାରଣ ପୂର୍ବକ ମହାନଦୀ ଆଳତୀ କରିଥିବା ବେଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନଗରପାଳଙ୍କ ସମେତ ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭବ୍ୟ ଆଳତୀ ଦର୍ଶନ କରିଥିଲେ । ମାଘ ପୂର୍ଣ୍ଣିମା ଅବସରରେ ମହିମା ଧର୍ମର ଉନ୍ମେଷ ଭୂମି ବଲାସିଂଗାର ମହୁଲମୂଳ ଆଶ୍ରମ ରେ ମଧ୍ୟ ଘୃତାହୂତ ଯଜ୍ଞ ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଆଜି(ସୋମବାର)ଠାରୁ ପ୍ରଶାସନର ନିଷ୍ପତ୍ତି କ୍ରମେ ଚନ୍ଦ୍ରଚୂଡ ମନ୍ଦିରରେ ଆରମ୍ଭ ହୋଇଛି ରୁଦ୍ରାଭିଷେକ ପୂଜନ ଉତ୍ସବ । ପ୍ରଥମ ଦିନରେ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ର କହଁର ସପତ୍ନୀକ ରୁଦ୍ରାଭିଷେକ କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳରେ ଆଧ୍ୟାତ୍ମିକତା ବାତାବରଣ ସୃଷ୍ଟି ହୋଇପାରିଥିବା ଶ୍ରଦ୍ଧାଳୁ ମତ ପ୍ରକାଶ କରିଛନ୍ତି ।

ଓଡ଼ିଶାର ମଧ୍ୟ ଭାଗରେ ପ୍ରବାହିତ ମହାନଦୀ ସର୍ବାଧିକ ଜଳପଥ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ । ମହାନଦୀର କୂଳରେ ମଧ୍ୟ ଅନେକ ପ୍ରାଚୀନ ଜନପଦ ସହିତ ମଠ ମନ୍ଦିର ରହିଛି । ତେବେ ମହାନଦୀରେ ଧୀରେଧୀରେ ଜଳପ୍ରବାହ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହିତ ସ୍ଥାନୀୟ ସଂଗଠନର ସହାୟତାରେ ମହାନଦୀକୁ ବଞ୍ଚାଇବାକୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମହାନଦୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡାରୁ ମାରଡା ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ବେଳେ ଅମୁର୍ଡା,ବାଉଁଶୁଣୀ, ଜଗତୀ, ଚଣ୍ଡିଗଡ, କରଡି, ରାମଗଡ, ଧଳପୁର, ହରଭଙ୍ଗା ଭଳି ଅନେକ ସ୍ଥାନରେ ପ୍ରାଚୀନ ଜନବସତି ଓ ଧାର୍ମିକ ପୀଠ ରହିଛି । ଜିଲ୍ଲା ସଦର ମହକୁମା ବୌଦ୍ଧରେ ମଧ୍ୟ ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, ଶ୍ରୀଜଗନ୍ନାଥ, ସିଦ୍ଧ ହନୁମାନ ଭଳି ଅନେକ ମନ୍ଦିର ମହାନଦୀ କୂଳରେ ଅବସ୍ଥିତ ।

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି ଯେ, "ମହାନଦୀରେ ମହା ଆଳତୀ ହୋଇଛି। ଜିଲ୍ଲା ପ୍ରଶାସନ ଦ୍ବାରା ଏପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ବାରା ଅଞ୍ଚଳରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି, ମହାନଦୀ ତୁଟ ମଧ୍ୟ ସ୍ବଚ୍ଛ ରହିଛି । ପ୍ରତ୍ୟେକ ଏହି ମହା ଆଳତୀରେ ସାମିଲ ହୋଇଥିଲେ । ଜନସାଧାରଣ ଜିଲ୍ଲା ପ୍ରଶାସନର ଏପରି ଆୟୋଜନକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.