ବୌଦ୍ଧ: ଜିଲ୍ଲାର ବିଭିନ୍ନ ଶୈବପୀଠରେ ଆନନ୍ଦ ଉଲ୍ଲାସର ସହିତ ଶୀତଳ ଷଷ୍ଠୀ ଅନୁଷ୍ଠିତ । ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ସାମିଲ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ମର୍ତ୍ତ୍ୟରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଶନିବାର ରାତିରେ ଶିବପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।
ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଶତାଧିକ ଶୈବପୀଠରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ତେବେ ଶନିବାର ସଂଧ୍ୟାରେ ଜିଲ୍ଲାର କେତେକ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହେବାରୁ ମହେଶ୍ବରଙ୍କ ବରଯାତ୍ରୀ ବାହାରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା । ବାଣର ଆତସବାଜି ଓ ବ୍ୟାଣ୍ଡ ବାଜାର ରୋଷାଣୀରେ ତ୍ରୀକାଳ ଦର୍ଶୀ ନୀଳକଣ୍ଠ କନ୍ୟା ପିତାଙ୍କ ଘର ଅଭିମୁଖେ ବାହାରି ଥିଲେ ।
କନ୍ୟା ପିତାଙ୍କ ଘରେ ବିଳମ୍ବିତ ରାତିରେ ବର କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ କନ୍ୟା ଘର ପକ୍ଷରୁ ବରଯାତ୍ରୀ ଓ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।