ବୌଦ୍ଧ: ଆସନ୍ତା ମେ' 23 ରେ ରାଜ୍ୟରେ ହେବ ଭୋଟ ଗଣତି । ଏନେଇ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ଆସନ ତଥା କନ୍ଧମାଳ ଲୋକସଭା ଆସନର ଭୋଟ ଗଣତି ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ଏଥିପାଇଁ ନିଯୁକ୍ତ କର୍ମଚାରୀଙ୍କୁ ଟ୍ରେନିଂ ଓ ଇଭିଏମ ସୁରକ୍ଷା ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛନ୍ତି ।
ଆସନ୍ତା ୨୩ ତାରିଖ ଦିନ ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ସହ କନ୍ଧମାଳ ଲୋକସଭା ଆସନର ଭୋଟଗଣତି ବୌଦ୍ଧର ପଞ୍ଚାୟତ ମହାବିଦ୍ୟାଳୟରେ କଡା ସୁରକ୍ଷା ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଶନିବାର ଦିନ ବୌଦ୍ଧ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସପି ସୁଧାଂଶୁ ଶେଖର ମିଶ୍ର, ଉପଜିଲ୍ଲାପାଳ ଏନ ସି ଜ୍ୟୋତି ରଞ୍ଜନ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଇଭିଏମ ସିଲଥିବା ବୌଦ୍ଧ କଲେଜର ସୁରକ୍ଷା ବ୍ୟବସ୍ଥାକୁ ବୁଲି ଦେଖିଥିଲେ ।
ଏହାପରେ କିଭଳି ଭୋଟ ଗଣତି ସରିବା ପରେ ଆସନ୍ତା ୨୪ ତାରିଖରେ ଇଭିଏମ ଗୁଡିକୁ ସୁରକ୍ଷିତ ଭାବେ ସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯିବା, ଉକ୍ତ ନିର୍ମାଣଧିନ କୋଠା ଜିଲ୍ଲାପାଳ ବୁଲି ଦେଖିଛନ୍ତି । ସବୁ ଦଳର କର୍ମୀ ଓ ପ୍ରାର୍ଥୀ ଉଭୟ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନର ଅତ୍ୟଧିକ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ