ETV Bharat / state

ବୌଦ୍ଧରେ ଲକଡାଉନ ବ୍ୟତିକ୍ରମ, ଖୋଲାଖୋଲି ଭାଙ୍ଗିଲା ସାମାଜିକ ଦୂରତା ନିୟମ

author img

By

Published : Apr 14, 2020, 11:35 PM IST

Updated : Apr 15, 2020, 11:36 AM IST

ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ସମୟ ସୀମାର ଅବଧିକୁ ବୃଦ୍ଧି କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଲକଡାଉନ ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

boudh latest news, boudh lockdown, social distancing rule violation in boudh, social distancing rule violation, lockdown, ବୌଦ୍ଧ ଲକଡାଉନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ସାମାଜିକ ଦୂରତା ନିୟମରେ ବ୍ୟତିକ୍ରମ, ସାମାଜିକ ଦୂରତା ନିୟମ ଉଲଙ୍ଘନ, ଲକଡାଉନ
ବୌଦ୍ଧରେ ଲକଡାଉନ ବ୍ୟତିକ୍ରମ, ଖୋଲାଖୋଲି ଭାଙ୍ଗିଲା ସାମାଜିକ ଦୂରତା ନିୟମ

ବୌଦ୍ଧ: ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ସମୟ ସୀମା ବଢିବା ନେଇ ଘୋଷଣା କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଲକଡାଉନ ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାସ୍ତାରେ ଗାଡି ମୋଟର ଯାତାୟତ ସ୍ବାଭାବିକ ହୋଇଥିବା ସହ କଣ୍ଟ୍ରୋଲ ଦୋକାନ ବାହାରେ ଭିଡ ଜମିଥିବା ନଜର ଆସିଥିଲା । ଜିଲ୍ଲାରେ ଏପରି ଭିଡ ଦେଖି ନିୟନ୍ତ୍ରଣ କରିବା ପାଇଁ ଶେଷରେ ସହକାରୀ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ।

ମଙ୍ଗଳବାର ବୌଦ୍ଧରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେମିତି ଲକଡାଉନ ଶେଷ ହୋଇଛି । କେବଳ କିଛି ଦୋକାନ ଓ ଅଫିସ ବନ୍ଦ ଥିବା ବେଳେ ପରିସ୍ଥିତି ଏପରି ଥିଲା ଯେ କଣ୍ଟ୍ରୋଲ ଦୋକାନରେ ସାମାନ୍ୟ ଦିନ ଠାରୁ ମଧ୍ୟ ଅଧିକ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବାରମ୍ବାର ସାମାଜିକ ଦୂରତାକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ବେଚ୍ଛାସେବୀ ଅନୁରୋଧ ତଥା ତାଗିଦ କରୁଥିଲେ ମଧ୍ୟ ଲୋକ ସତେ ଯେମିତି ଏହି ନିୟମକୁ ମାନିବାକୁ ନାରାଜ ।

ବୌଦ୍ଧର ପୋଡାଠାରେ ଥିବା ଏକ ପିଡିଏସ ଦୋକାନରେ ଏଭଳି ଭିଡ ଜମିଥିଲା ଯେ ଶେଷରେ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ପହଞ୍ଚି ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ । ସେପଟେ ସ୍ବେଚ୍ଛାସେବୀ ଲୋକଙ୍କୁ ସଚେତନ ରହିବା ସହ ସାମାଜିକ ଦୂରତା ନରଖିଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ବୁଝାଇଥିବା ଦେଖାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 15, 2020, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.