ବୌଦ୍ଧ: ଜିଲ୍ଲାରେ ସୋମବାର ଠାରୁ କୋହଳ ହେଲା ଲକଡାଉନ ନିୟମ । ଯାହାଫଳରେ ସାଧାରଣ ଜନଜୀବନକୁ ଏକ ପ୍ରକାର ଆଶ୍ବସ୍ତି ମିଳିଛି ।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଯାହାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରାଯାଇଛି ।
ସୋମବାର ଠାରୁ ସକାଳ 7ଟା ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ବ୍ୟବସାୟୀମାନେ ସ୍ବାଗତ କରିଛନ୍ତି । ତେବେ ଲକଡାଉନ କୋହଳ ହେବା ପରେ ଜିଲ୍ଲାର ପ୍ରମୁଖ ବଜାର ଚାରିଛକ, ପୁରୁଣାକଟକ, ବୌଦ୍ଧ, ଘଣ୍ଟାପଡା, ଦହ୍ୟା, ସାହାଜପାଲ, ବାଉଁଶୁଣୀ, ମନମୁଣ୍ଡା, ପଲସାଗୋରା ଓ କଣ୍ଟାମାଳ ଚଳଚଞ୍ଚଳ ରହିଥିଲା ।
ଲକଡାଉନ କଟକଣା କୋହଳ ଯୋଗୁଁ ସାଧାରଣ ଜନଜୀବନ ଧୀରେ ଧୀରେ ସଜାଡି ହେବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ