ବୌଦ୍ଧ: କୋରୋନା ଯୋଗୁଁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ଏପରି ସ୍ଥିତିରେ ଅସହାୟ ଅବସ୍ଥାରେ ଅଛନ୍ତି ବୌଦ୍ଧ ଜିଲ୍ଲାର ଦୁଇ ବୃଦ୍ଧା । ବଢିଗାଁ ପଞ୍ଚାୟତ ଟିକିରାସାହିର ବୁଦ୍ଧଦେବ ପ୍ରଧାନଙ୍କ ଗତ ଦୁଇ ବର୍ଷ ତଳୁ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ବିଧବା ପତ୍ନୀ ପୀରଙ୍କୁ ଆଜିଯାଏଁ ବିଧବା ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁ ନାହିଁ । ଫଳରେ ପୀରଙ୍କୁ ଅତି କଷ୍ଟରେ ଜୀବନ ବିତାଇବାକୁ ପଡୁଛି ।
ସେହିପରି ବାମଣ୍ଡା ରାଜରାସ୍ତା କଡରେ ଜୀବନ କାଟୁଛନ୍ତି ମାନସିକ ବିକାରଗ୍ରସ୍ତ ସର୍ଜନୀ ବେହେରା । ଏକାଏକା ଖରା ବର୍ଷା ସହି ଖୋଲା ଆକାଶ ତଳେ ରହୁଥିବାରୁ ସ୍ଥାନୀୟ ଲୋକେ ଏହି ଅସହାୟ ମହିଳାଙ୍କ ସହାୟତା ପାଇଁ ପ୍ରଶାସନକୁ କରିଛନ୍ତି ଅନୁରୋଧ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ