ETV Bharat / state

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗଛ ଲାଗିବା ନାଁରେ ଝୁଲୁଛି ତାଲା - ସ୍ବାସ୍ଥ୍ୟକେନ୍ଦ୍ର

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପଡିଛି ତାଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Feb 26, 2019, 11:09 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପଡିଛି ତାଲା । ଯାହାକୁ ନେଇ ଏବେ ସାଧାରଣରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କଥାରେ ଅଛି ଥାନା, ଡାକ୍ତରଖାନା ଓ ପାଇଖାନା କେବେ ବନ୍ଦ ହୁଏ ନାହିଁ । କିନ୍ତୁ ଜିଲ୍ଲାର ପୁରୁଣା କଟକ, ଚାରିଛକ, ମୁଣ୍ଡାପଡା ଓ ଆମ୍ବଝରୀ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପଡୁଥିବା ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ନିକଟସ୍ଥ ଅଞ୍ଚଳର ରୋଗୀଙ୍କ ସୁବିଧା ପାଇଁ ଖୋଲାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକାଂଶ ସମୟରେ ତାଲା ପଡି ରହୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଏସମ୍ପର୍କରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ହୋଇଥିଲେ ।

ଓଲଟା ସାଧାରଣ ଲୋକଙ୍କ ଆକ୍ରୋଶର ଜବାବ ଦେବାକୁ ଯାଇ ସେ କହିଥିଲେ, 'ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂଆ ଗଛ ଲଗା ଚାଲିଛି, ସେଥିପାଇଁ ହୁଏତ ମୁଖ୍ୟ ଫାଟକରେ ତାଲା ପଡିଥାଇପାରେ ।'

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ମୁଖ୍ୟ ଫାଟକରେ ତାଲା ପଡ଼ିବା ଭଳି ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।କଥାରେ ଅଛି ଥାନା, ଡାକ୍ତରଖାନା ଓ ପାଇଖାନା ବନ୍ଦ ହୁଏନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ଚାରିଛକ, ମୁଣ୍ଡାପଡା,ଆମ୍ବଝରୀ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଫାଟକରେ ତାଲା ପଡୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Body:ନିକଟବର୍ତ୍ତୀ ଅଞ୍ଚଳର ରୋଗୀ ଙ୍କ ସୁବିଧା ପାଇଁ ଖୋଲାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅଧିକାଂଶ ସମୟରେ ତାଲା ପଡୁଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଅନ୍ୟ ପକ୍ଷରେ ଏସମ୍ପର୍କରେ ଆମେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ସିଧାସଳଖ ପ୍ରତିକ୍ରିୟା ନ ଦେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନୂଆ ଗଛ କେତୋଟି ଲଗାଯାଇଥିବାରୁ ବୋଧହୁଏ ତାଲା ପଡ଼ିଥିବ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ।

Conclusion:ବାଇଟ-୧- ରାଜେନ୍ଦ୍ର ବେହେରା, ସ୍ଥାନୀୟ ଅଧିବାସୀ
ବାଇଟ-୨- କୃତ୍ତିବାସ ପଲିଆ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.