ETV Bharat / state

ରେଳପଥ ନିର୍ମାଣ କାର୍ଯ୍ୟକୁ ନେଇ ଜନଅସନ୍ତୋଷ - ଖୋର୍ଦ୍ଧା ବଲାଙ୍ଗୀର ରେଳପଥ

ରେଳପଥ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନୋମୁଖି କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇ ଆସିଥିବା ବେଳେ ବର୍ତ୍ତମାନ ଏଭଳି କାର୍ଯ୍ୟ ଯୋଗୁଁ ସ୍ଥାନୀୟ ନାଗରିକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ମତାନ୍ତର ସୃଷ୍ଟି । ଅଧିକ ପଢନ୍ତୁ

Railway Construction problem
Railway Construction problem
author img

By

Published : Mar 22, 2023, 10:28 AM IST

Railway Construction problem

ବୌଦ୍ଧ: ରେଳପଥକୁ ନେଇ ପୂରଣ ହେବାକୁ ଯାଉଛି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ । କିନ୍ତୁ ଏହି ରେଳପଥ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନୋମୁଖି କାର୍ଯ୍ୟ ବିଭିନ୍ନ ସମୟରେ ଜନ ଅସନ୍ତୋଷ ସୃଷ୍ଟି କରି ଆସୁଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଛଣାପାଟି ନିକଟରେ ଏକ ଓଭର ବ୍ରିଜକୁ ନେଇ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏଥିସହ ରେଳପଥ ବିଭାଗର ଅପାରଗତା ଯୋଗୁଁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନାଗରିକଙ୍କ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ତେବେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ବୌଦ୍ଧ ଜିଲ୍ଲାର ଅଧିବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । କିନ୍ତୁ ବିଭିନ୍ନ ସମୟରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ମନୋମୁଖି କାର୍ଯ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ବର୍ତ୍ତମାନ ଏଭଳି ଏକ କାର୍ଯ୍ୟକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଅଦୃଶ୍ୟ ବାଡ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବଦଲାସାହି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ରେଳପଥ ନିର୍ମାଣ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ ହେଉଛି । ମନମୁଣ୍ଡା ପଟରୁ ବୌଦ୍ଧ ପର୍ଯ୍ୟନ୍ତ ଚାଲିଥିବା ଏହି ରେଳପଥର ମନମୁଣ୍ଡା ଥାନା ଅନ୍ତର୍ଗତ ବିଛଣାପାଟି ନିକଟରେ ଏକ ଓଭର ବ୍ରିଜକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ମନମୁଣ୍ଡା ଠାରୁ ଶଗଡା ପର୍ଯ୍ୟନ୍ତ ଥିବା ରାସ୍ତାରେ 8ଟି ପଞ୍ଚାୟତବାସୀ ନିର୍ଭରଶୀଳ ଥିବା ବେଳେ ରେଳପଥ ନିର୍ମାଣ ଯୋଗୁଁ ଏହାର ବାଏପାସ ରାସ୍ତାକୁ ନେଇ ଅଞ୍ଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି । ଏହାର ଆଶୁ ସମାଧାନ ନ ହେବାରୁ ଗତ ସୋମବାର ମନମୁଣ୍ଡା ଠାରେ ଅଞ୍ଚଳବାସୀ ଗାଡିମୋଟର ବନ୍ଦ କରି ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦିଆଯିବାରୁ ଆନ୍ଦୋଳନ ବନ୍ଦ ରହିଥିଲା ଓ ସଂଧ୍ୟାରେ ଆଲୋଚନା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ତଥା ନାଗରିକ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଥିଲେ ।

ତେବେ ସେଠାରେ ଆଲୋଚନା ବିଫଳ ହୋଇଥିବା ବେଳେ ଆଲୋଚନା ପାଇଁ ଆସିଥିବା ବୁଦ୍ଧିଜୀବୀଙ୍କୁ ଉପଜିଲ୍ଲାପାଳ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ବୌଦ୍ଧ ଉପଜିଲ୍ଲାପାଳ ଅସ୍ବୀକାର କରିବା ସହିତ ଓଲଟା ଆଲୋଚନା ପାଇଁ ଆସିଥିବା ନାଗରିକ ତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଗକୁ ଏହି ସ୍ପର୍ଶକାତର ପ୍ରସଙ୍ଗ କେଉଁ ମୋଡ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.